ଇଣ୍ଟରନେଟରେ ଭାଇରାଲ ହେଉଛି ୪ ବର୍ଷ ଝିଅର ଭିଡିଓ: ମୋଦି କଲେ ପ୍ରଶଂସା

ନୂଆଦିଲ୍ଲୀ,୧ ।୧୧: ଏବେ ସୋସିଆଲ ମିଡିଆରେ ଜଣେ ୪ ବର୍ଷ କୁନି ଝିଅର ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଉ ଏହାକୁ ଅନେକ ଲୋକ ପସନ୍ଦ କରୁଛନ୍ତି । ୟୁଟ୍ୟୁବରେ ଭିଡିଓଟି ଆସିବା ପରେ ଏହା ଏତେ ସୁନ୍ଦର ହୋଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାର ପ୍ରଶଂସା ନ କରି ରହିପାରି ନାହାନ୍ତି । ମିଜୋରାମର ବାସିନ୍ଦା ୪ ବର୍ଷର ଝିଅ ଏସ୍ତେର ହଂମଟେ ଖୁବ୍ ସୁନ୍ଦର ଭାବେ ବନ୍ଦେ ମାତରମ୍ ଗାଉଥିବା ଭିଡିଓରେ ଦେଖାଯାଇଛି । ତାଙ୍କର ସ୍ୱର ଏତେ ସୁନ୍ଦର ଯେ ମୋଦି ଏହାକୁ ଦେଖିବା ପରେ ଟୁଇଟ୍ କରି କହିଛନ୍ତି, ଏସ୍ତେର ତୁମକୁ ନେଇ ଆମେ ଗର୍ବ କରୁ । ମୋଦିଙ୍କ ପୂବରୁ ମିଜୋରାମର ମୁଖ୍ୟମନ୍ତ୍ରୀ ଏହି କୁନି ଝିଅର ଭିଡିଓକୁ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଥିଲେ । ଏହାସହ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ପୋଷ୍ଟ କରିଥିଲେ । ୨୫ଅକ୍ଟୋବରରେ ପୋଷ୍ଟ କରାଯାଇଥିବା ଏହି ଭିଡିଓକୁ ଏବେ ସୁଦ୍ଧା ୫ ଲକ୍ଷ ଲୋକ ଦେଖି ସାରିଲେଣି ।

Share