ଭୁବନେଶ୍ୱରରେ ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର; ପଡୋଶୀ ଯୁବକ ଅଟକ

ଭୁବନେଶ୍ୱର,୨୮।୮: ରାଜଧାନୀ ଭୁବନେଶ୍ୱରରେ ବୁଧବାର ୪ ବର୍ଷର ନାବାଳିକାକୁ ବଳାତ୍କାର ଅଭିଯୋଗ ହୋଇଛି। ପଡୋଶୀ ଘରର ୩୦ ବର୍ଷର ଯୁବକ ଏଭଳି ନିନ୍ଦନୀୟ ଘଟଣା ଘଟାଇଥିବା କୁହାଯାଉଛି।

ଏୟାରପୋର୍ଟ ଥାନା ଅଞ୍ଚଳର ଏକ ବସ୍ତିରେ ଏହି ଘଟଣା ଘଟିଛି। ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନାବାଳିକାକୁ ଡାକ୍ତରୀ ମଇନା ପାଇଁ ପଠାଇବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିବା ଡିସିପି ପ୍ରତୀକ ସିଂଙ୍କ ସୂଚନା ଦେଇଛନ୍ତି।

ପଶ୍ଚିମବଙ୍ଗରେ ଟ୍ରେନିଂ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଓଡ଼ିଶାର ରାଜଧାନୀରେ ଭୁବନେଶ୍ୱରରେ ଚାରି ବର୍ଷର ଶିଶୁଙ୍କୁ ଯୌନ ନିର୍ଯାତନା ଅତ୍ୟନ୍ତ ଉଦ୍ବେଗଜନକ ଘଟଣା।

Share