୧୦ ଦିନ ପରେ କୋଇଲା ଖଣିରୁ ମିଳିଲା ୧୪ ଶ୍ରମିକଙ୍କ ମୃତଦେହ

ବେଜିଂ,୬।୩: ଚାଇନାରେ ଭୁଶୁଡ଼ି ପଡ଼ିଥିବା ଏକ କୋଇଲା ଖଣିରେ ୧୪ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫେବୃୟାରୀ ୨୫ରେ ଗୁଇଝୋଉ ପ୍ରଦେଶର ସାନ୍‌ହେ ଶୁନଜୁନ୍‌ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ ବହୁସଂଖ୍ୟାରେ ଶ୍ରମିକ ଏଥିରେ ଫସି ରହିଥିଲେ। ୧୦ ଦିନ ହେଲା ଚାଲିଥିବା ଉଦ୍ଧାର କାର୍ଯ୍ୟ ରବିବାର ଶେଷ ହୋଇଛି। ଇତିମଧ୍ୟରେ ୧୪ ଜଣ ଶ୍ରମିକଙ୍କ ମୃତଦେହ ମିଳିଛି। ଖଣିର ଛାତ ପ୍ରବେଶ ପଥଠାରୁ ୩ କି.ମି ପର୍ଯ୍ୟନ୍ତ ଭୁଶୁଡ଼ି ପଡ଼ିଥିଲା। ଫଳରେ ଊଦ୍ଧାରକାର୍ଯ୍ୟ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।

Share