Categories: ଜାତୀୟ

ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି

କୋଲକାତା,୧୦।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଶନିବାର ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ରାଜ୍ୟର ୫ ଜିଲାର ୪୪ଟି ବିଧାନସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟିଂ ପାଇଁ ଭୋଟରମାନେ ବିଭିନ୍ନ ପୋଲିଂ ବୁଥରେ ମତଦାନ କରୁଛନ୍ତି। ୧୫ ହଜାର ୯୪୦ ମତଦାନ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୮୦୦ କମ୍ପାନୀ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏହି ପର୍ଯ୍ୟାୟରେ ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୩୭୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଚତୁର୍ଥ ପର୍ଯ୍ୟାୟରେ ୧,୧୫, ୮୧,୦୨୨ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି। ସେମାନଙ୍କ ମଧ୍ୟରେ ୨,୬୩,୦୧୬ ଭୋଟର ପ୍ରଥମ ଥର ପାଇଁ ଭୋଟ ଦେଉଛନ୍ତି। ଏପ୍ରିଲ୍‌ ୧୭ରେ ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ।

Share