Categories: ଜାତୀୟ

୩ ଦିନ ମଧ୍ୟରେ ଚତୁର୍ଥ ଆତଙ୍କବାଦୀ ଆକ୍ରମଣ, ସୁରକ୍ଷା ବାହିନୀଙ୍କ ଉପରେ ଗ୍ରେନେଡ ମାଡ଼…

ନୂଆଦିଲ୍ଲୀ, ୧୩।୮ :ଗତ ୩ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରରେ ଚତୁର୍ଥ ଥର ପାଇଁ ଆତଙ୍କବାଦୀ ଆକ୍ରମଣ ଘଟିଛି। ଶନିବାର କଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀଙ୍କ ଉପରେ ଗ୍ରେନେଡ ମାଡ଼ କରିଛନ୍ତି। ଏହି ଆକ୍ରମଣରେ ଜଣେ ସିଆର୍‌ପିଏଫ୍‌ ଯବାନଙ୍କ ସମେତ ଦୁଇ ଜଣ ଆହତ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ, ଏହି ଆକ୍ରମଣ ଇଦଗାହର ଅଲି ଜାନ ରୋଡଠାରେ ହୋଇଛି।

ଗୁରୁବାର-ଶୁକ୍ରବାର ରାତିରେ ଆତଙ୍କବାଦୀମାନେ ବନ୍ଦିପୋରାର ଜଣେ ଅଣ କଶ୍ମୀରୀ ଶ୍ରମିକଙ୍କୁ ଟାର୍ଗେଟ କରି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗୁରୁବାର ସକାଳେ ଜମ୍ମୁ ଡିଭିଜନର ରାଜୌରୀରେ ଏକ ସେନା ଶିବିର ଉପରେ ଆତଙ୍କବାଦୀମାନେ ଏକ ଆତ୍ମଘାତୀ ଆକ୍ରମଣ କରିଥିଲେ।

Share