ଫ୍ରାନ୍ସରେ ଚତୁର୍ଥ ଲହର

ପ୍ୟାରିସ୍‌, ୨୧ା୭: ଫ୍ରାନ୍ସରେ କରୋନା ମହାମାରୀର ଚତୁର୍ଥ ଲହର ଦେଖାଦେଇଛି। ଫଳରେ ସେଠାରେ କୋଭିଡ୍‌ ନିୟମ ପାଳନ କଠୋର କରାଯାଇଥିବା ସରକାରଙ୍କ ମୁଖପାତ୍ର ଗାବ୍ରିଏଲ ଅଟ୍ଟଲ ସୂଚନା ଦେଇଛନ୍ତି। ପୂର୍ବ ଲହର ତୁଳନାରେ ଚତୁର୍ଥ ଲହର ତୀବ୍ର ବେଗରେ ମାଡ଼ିଚାଲିଛି। ସପ୍ତାହକ ମଧ୍ୟରେ ସଂକ୍ରମଣ ହାର ୧୨୫ ପ୍ରତିଶତ ବୃଦ୍ଧି ପାଇଛି। ମାତ୍ର କିଛି ଦିନରେ ସେଠାରେ ଦୈନିକ ସଂକ୍ରମଣ ୧୦ ହଜାର ଟପିଛି। ପ୍ରାୟ ୮୦ ପ୍ରତିଶତ ଘାତକ ଡେଲ୍‌ଟା ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଫ୍ରାନ୍ସରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯,୩୧,୯୨୩ରେ ପହଞ୍ଚିଥିବାବେଳେ ୧,୧୧,୬୭୮ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ସମସ୍ତଙ୍କ ଟିକାକରଣ ବାଧ୍ୟତାମୂଳକ କରାଯିବା ସହ ହେଲ୍‌ଥ ପାସ୍‌ କରାଯାଇଛି।

Share