ଭାରତରେ ଚତୁର୍ଥ ଲହର ହେବନି ଗୁରୁତର, ବିଶେଷଜ୍ଞଙ୍କ ସୂଚନା…

ନୂଆଦିଲ୍ଲୀ,୨୧।୩ : ଚାଇନାରେ ଓମିକ୍ରନ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ପରି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଅନ୍ୟ କେତେକ ଦେଶରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ୟୁରୋପରେ ପ୍ରତିଦିନ ଲକ୍ଷ ଲକ୍ଷ ମାମଲା ରୁଜୁ ହେଉଛି।

ହଂକଂରେ ମଧ୍ୟ ଲକ୍ଷ ଲକ୍ଷ ମାମଲା ଆସୁଛି। ସେହିପରି ଦକ୍ଷିଣ କୋରିଆରେ ମଧ୍ୟ ୪-୫ ଲକ୍ଷ ମାମଲା ଚିହ୍ନଟ ହୋଇଛି। କିନ୍ତୁ ଏଭଳି ଏକ ବଡ ସମସ୍ୟା ବର୍ତ୍ତମାନ ଭାରତରେ ଆସୁଥିବା ପରି ମନେ ହେଉନାହିଁ। ଏହାର କାରଣ ହେଉଛି ଭାରତରେ ବ୍ୟାପକ ଟିକାକରଣ।

ବିଶେଷଜ୍ଞମାନେ କହିଛନ୍ତି ଯେ ଭାରତରେ କରୋନା ମହାମାରୀର ଚତୁର୍ଥ ଆସିଲେ ମଧ୍ୟ ଏହାର କୌଣସି ଗୁରୁତର ପ୍ରଭାବ ପଡ଼ିବ ନାହିଁ। ଏହାସହ ସରକାର ମାସ୍କର ଆବଶ୍ୟକତାରୁ ମୁକ୍ତି ଦେବା ଉପରେ ମଧ୍ୟ ବିଚାର କରିବା ଉଚିତ ବୋଲି ସେମାନେ ମତ ଦେଇଛନ୍ତି। ପ୍ରାକୃତିକ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତି ଏବଂ ବ୍ୟାପକ ଟିକାକରଣ ଯୋଗୁ ଭାରତରେ ସ୍ଥିତି ଭଲ ରହିଛି। ଏମ୍ସ୍‌ ର ସିନିୟର ଏପିଡେମୋଲୋଜିଷ୍ଟ ଡାକ୍ତର ସଞ୍ଜୟ ରାୟ କହିଛନ୍ତି ଯେ କରୋନା ଭାଇରସର ବହୁ ପରିବର୍ତ୍ତନ ହୋଇଛି।

ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଏତେ ଦ୍ରୁତ ଗତିରେ ଆସିଲା ଯେ ସୁସ୍ଥ ହେବାର କୌଣସି ସୁଯୋଗ ନଥିଲା। ଅବଶ୍ୟ, ସେହି ସମୟ ମଧ୍ୟରେ ଦେଶର ୯୦ ପ୍ରତିଶତରୁ ଅଧିକ ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିଲା। ଏଭଳି ପରିସ୍ଥିତିରେ ଭାରତର ଲୋକମାନେ କରୋନା ଜୀବାଣୁ ମୁକାବିଲା ପାଇଁ ସ୍ବାଭାବିକ ଭାବରେ ପ୍ରସ୍ତୁତ ଅଛନ୍ତି। ଏହା ବ୍ୟତୀତ ସମଗ୍ର ଦେଶରେ ବ୍ୟାପକ ଟିକାକରଣ ହୋଇଛି।

Share