କୋଲକାତା, ୧୦ା୧୦ (ପି.ଟି.)- ପରବର୍ତ୍ତୀ ୨ ବର୍ଷ ପାଇଁ ଇଂଲଣ୍ଡର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ଲିଭରପୁଲ୍ କିମ୍ବଦନ୍ତୀ ରୋବି ଫାଓଲରଙ୍କୁ ଇଷ୍ଟବେଙ୍ଗଲ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି। ଫୁଟ୍ବଲ ଟିମ୍ର ପ୍ରମୁଖ ମାଲିକ ହରିମୋହନ ବାଙ୍ଗର ଶୁକ୍ରବାର ଶୁକ୍ରବାର ପ୍ରକାଶ କରିଛନ୍ତି। ଫାଓଲରଙ୍କ ସହ ଗୁରୁବାର ରାତିରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ସେ ସପ୍ତାହକ ମଧ୍ୟରେ ଗୋଆରେ ଯାଇ ଦଳ ସହିତ ଯୋଗଦେବେ ବୋଲି ଆଶା କରାଯାଉଛି। କାର୍ଯ୍ୟ ସନ୍ତୋଷଜନକ ହେଲେ ଫାଓଲରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରେ ବୋଲି ବାଙ୍ଗର କହିଛନ୍ତି। ଭାରତର ପୂର୍ବତନ ଅଧିନାୟକ ରିନେଡି ସିଂ ତାଙ୍କ ଡେପୁଟି ଭାବେ କାର୍ଯ୍ୟକରିବେ। ରିନେଡି ଇଷ୍ଟବେଙ୍ଗଲର ମଧ୍ୟ ପୂର୍ବତନ ଅଧିନାୟକ। ବାଙ୍ଗର ହେଉଛନ୍ତି ଶ୍ରୀ ସିମେଣ୍ଟ ଲିମିଟେଡ୍ର ମାଲିକ ଓ ପରିଚାଳନା ନିର୍ଦ୍ଦେଶକ। ଷ୍ଟେବେଙ୍ଗଲରେ ତାଙ୍କର ଅଂଶଧନ ହେଉଛି ୭୬ ପ୍ରତିଶତ। ସେ କହିଛନ୍ତି ଦଳ ଏସ୍ସି ଇଷ୍ଟବେଙ୍ଗଲ ଭାବେ ପରିଚିତ ହେବ। ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ୍)ରେ ମୋହନବାଗାନ ପରେ ଏହା ୧୧ତମ ଦଳ ଭାବେ ଯୋଗ ଦେଇଛି।