Categories: ବାଣିଜ୍ୟ

ଭାରତୀୟ ବଜାରରେ ଏଫ୍‌ପିଆଇର କାରବାର ଜାରି

ନୂଆଦିଲ୍ଲୀ,୧୪।୩: କ୍ରମାଗତ ୬ଷ୍ଠ ମାସ ପାଇଁ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ର ଭାରତୀୟ ବଜାରରେ କାରବାର ଜାରି ରହିଛି। ମାର୍ଚ୍ଚ ମାସରେ ବର୍ତ୍ତମାନ ସୁଦ୍ଧା ଏଫ୍‌ପିଆଇ ଭାରତୀୟ ବଜାରରୁ ମୋଟ୍‌ ୪୫,୬୦୮ କୋଟି ଟଙ୍କା ବାହାର କରିପାରିଛି। ଡିପୋଜିଟରଙ୍କ ସଂଖ୍ୟା ଅନୁସାରେ ଏଫ୍‌ପିଆଇ ୨ରୁ ୧୧ ମାର୍ଚ୍ଚ ମଧ୍ୟରେ ଶେୟାରଗୁଡିକରୁ ୪୧,୧୬୮ ଟଙ୍କା ବାହାର କରିଛି। ଏହାଛଡା ସେ ଡେଟ୍‌ ସେଗମେଣ୍ଟରୁ ୪,୪୩୧ କୋଟି ଟଙ୍କା ଏବଂ ହାଇବ୍ରିଡ୍‌ ଇନ୍‌ଷ୍ଟ୍ରୁମେଣ୍ଟରୁ ୯ କୋଟି ଟଙ୍କା ଉଠାଇପାରିଛି। ଫଳସ୍ବରୂପ ଲଗାତର ୬ଷ୍ଠ ମାସ ପାଇଁ ଏଫ୍‌ପିଆଇ ଭାରତୀୟ ବଜାରରୁ ମୋଟ୍‌ ୪୫,୬୦୮ କୋଟି ଟଙ୍କା ବାହାର କରିପାରିଛି।

Share