ନିଜ ଲୋକଙ୍କୁ ଇରାନ ଛାଡ଼ିବାକୁ କହିଲା ଫ୍ରାନ୍ସ

ପ୍ୟାରିସ,୯ା୧୦: ଫ୍ରାନ୍ସ ଏହାର ଲୋକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ କହିଛି। ଏହାର ଦୁଇଟି ବଡ଼ କାରଣ ଅଛି। ପ୍ରଥମ କାରଣ ହେଉଛି ହିଜାବ ଉପରେ ଚାଲିଥିବା ବିରୋଧ, ଯେଉଁଥିପାଇଁ ଇରାନ ଆମେରିକା ଏବଂ ପାଶ୍ଚାତ୍ୟ ଦେଶକୁ ଦାୟୀ କରୁଛି। ଦ୍ୱିତୀୟ କାରଣ ହେଉଛି ଇରାନରେ ଫରାସୀ ଲୋକଙ୍କୁ ମିଥ୍ୟା ମାମଲାରେ ଜଡ଼ିତ କରି ଗିରଫ କରିବାର ଭୟ। ପ୍ରକୃତରେ, ଗୁପ୍ତଚର ଅଭିଯୋଗରେ ଇରାନରେ ଦୁଇ ଫ୍ରାନ୍ସ ନାଗରିକ ଗିରଫ ହେବା ପରେ ଫ୍ରାନ୍ସ ସରକାର ଏହି ପରାମର୍ଶ ଜାରି କରିଛନ୍ତି। ଇରାନରେ ଗିରଫ ହୋଇଥିବା ଦୁଇ ଫରାସୀଙ୍କୁ ଏକ ଟିଭି ଚ୍ୟାନେଲରେ ନିଜର ଅପରାଧ ସ୍ବୀକାର କରୁଥିବା ଦେଖାଯାଇଛି।

ଇରାନରେ ଏହାର ନାଗରିକଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି ବୋଲି ଫ୍ରାନ୍ସ କହିଛି। ତେଣୁ ସେମାନେ ଯଥାଶୀଘ୍ର ସେଠାରୁ ବାହାରି ଆସନ୍ତୁ ବୋଲି ଫ୍ରାନ୍ସ କରିଛି। ଇରାନରେ ଅବସ୍ଥିତ ଏହାର ଦୂତାବାସକୁ ନାଗରିକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ଏବଂ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଯେଉଁମାନେ ପର୍ଯ୍ୟଟନ ଭିଜା ନେଇ ଇରାନ ଯାଇଛନ୍ତି ସେମାନଙ୍କ ଉପରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଫ୍ରାନ୍ସର ଦୁଇ ନାଗରିକ ସେସିଲି କୋହଲେ ଏବଂ ଜ୍ୟାକ ପ୍ୟାରିସ। ଇରାନ କହିଛି, ଉଭୟେ ୧୧ ମେ’ରେ ଇରାନକୁ ଆସିଥିଲେ। ଏହି ଦମ୍ପତି ସମାଜକୁ ଅସ୍ଥିର କରୁଥିବା ଅଭିଯୋଗ ହୋଇଛି।

Share