ସିରିୟାକୁ ରାସାୟନିକ ଅସ୍ତ୍ର ଯୋଗାଇବା ଅଭଯୋଗରେ ଜଣେ ଗିରଫ

ପ୍ୟାରିସ,୨୮ ।୧୨: ଫ୍ରାନ୍ସର ଯାଞ୍ଚ ଏଜେନ୍ସି ସୋମବାର ସୂଚନା ଦେଇଛି କି ସିରିୟାର ଅଧିକାରୀଙ୍କୁ ରାସାୟନିକ ଅସ୍ତ୍ରରେ ବ୍ୟବହାର କରାଯାଉଥିବା ସାମଗ୍ରୀକୁ ଯୋଗାଇ ଦେବା ସନ୍ଦେହ କରି ଜଣଙ୍କୁ ଗିରଫ କରାଯାଇଛି । ଫ୍ରାନ୍ସିସି ନ୍ୟାୟିକ ଅଧିକାରୀ କହିଛନ୍ତି ଦୁଇଟି ଦେଶ ଅର୍ଥାତ୍ ଫ୍ରାନ୍ସ ଓ ସିରିୟାର ନାଗରିକତା ରଖିଥିବା ଏହି ବ୍ୟକ୍ତି ଦକ୍ଷିଣ ଫ୍ରାନ୍ସରେ ପରିବାର ସହ ଛୁଟି କାଟୁଥିବା ସମୟରେ ତାଙ୍କୁ ଗିରଫ କରାଯାଇଛି । ଉକ୍ତ ବ୍ୟକ୍ତିଙ୍କୁ ଯୁଦ୍ଧ ଅପରାଧ ଓ ମାନବିକତା ବିରୋଧୀ ଅପରାଧରେ ସାମିଲ ଥିବା ପ୍ରାଥମିକ ଅଭିଯୋଗରେ ଗିରଫ କରାଯାଇଛି ।

Share