ଫ୍ରାନ୍ସ ଦଙ୍ଗା: ଗିରଫ ହୋଇସାରିଲେଣି ୧୩୦୦ରୁ ଊର୍ଦ୍ଧ୍ୱ

ଫ୍ରାନ୍ସ,୧ା୭: ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ପୋଲିସ ଗୁଳି କରି ହତ୍ୟା କରିବା ପରେ ଫ୍ରାନ୍ସରେ ଦଙ୍ଗା ଆରମ୍ଭ ହୋଇଥିଲା। ନାବାଳକ ହତ୍ୟା ପରେ ଚତୁର୍ଥ ଦିନରେ ଆରମ୍ଭ ହୋଇଥିବା ଦଙ୍ଗାରେ ପ୍ରାୟ ୧୩୧୧ ଜଣଙ୍କୁ ଗିରଫ କରାଯାଇଛି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି। ଫ୍ରାନ୍ସ ସରକାର ଏ ବିଷୟରେ ସୂଚନା ଦେଇଛନ୍ତି।

ଟ୍ରାଫିକ ଯାଞ୍ଚ ସମୟରେ ନାହେଲ ନାମକ ଜଣେ ନାବାଳକଙ୍କୁ ପୋଲିସ ହତ୍ୟା କରିଥିଲା। ଜୁନ୍‌ ୨୭ରେ ଘଟିଥିବା ଏହି ଘଟଣାକୁ ଲୋକମାନେ ବ୍ୟାପକ ବିରୋଧ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିଥିଲେ।

ଖବର ଅନୁଯାୟୀ, ଏହି ସଂଘର୍ଷରେ ୨୦୦ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ହିଂସାକୁ ରୋକିବା ପାଇଁ ସରକାର ସାରା ଦେଶରେ ୪୫,୦୦୦ପୋଲିସ ନିୟୋଜିତ ହୋଇଥିଲେ। ରାତିସାରା ଯୁବ ବିକ୍ଷୋଭକାରୀମାନେ ପୋଲିସ ସହ ସଂଘର୍ଷ କରି ପ୍ରାୟ ୨୫୦୦ ଦୋକାନରେ ନିଆଁ ଲଗାଇ ଦେଇଥିଲେ।

Share