ଫ୍ରାନ୍ସରେ ବେକାବୁ ହେଲାଣି କରୋନା, ବିଶ୍ୱର ସର୍ବାଧିକ ସଂକ୍ରମିତ ଦେଶ ତାଲିକାର ୬ ନମ୍ବରରେ

ପ୍ୟାରିସ,୨ ।୧: ଏବେ ଫ୍ରାନ୍ସରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହୋଇ ଚାଲିଛି । ଶନିବାର ପ୍ରକାଶିତ ସରକାରୀ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ୧୦ ମିଲିୟନରୁ ଅଧିକ ସଂକ୍ରମିତ ଚିହ୍ନଟ ଦେଶ ତାଲିକାର ୬ ନମ୍ବର ସ୍ଥାନରେ ପହଞ୍ଚି ଯାଇଛି । ଫ୍ରାନ୍ସର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ୨,୧୯,୧୨୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଦେଶରେ ଲଗାତର ଚତୁର୍ଥ ଦିନରେ ୨ ଲକ୍ଷରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଚିନ୍ତାର ବିଷୟ ହୋଇଛି । ଏବେ ଏହା ଆମେରିକା, ଭାରତ, ବ୍ରାଜିଲ, ବ୍ରିଟେନ ଓ ରୁଷିଆ ଭଳି ଦେଶର ସୂଚିରେ ସାମଲ ହୋଇଯାଇଛି । ଯେଉଁଠାରେ ୧୦ ମିଲିୟନରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଶୁକ୍ରବାର ଏଠାରେ ୨,୩୨,୨୨୦ ନୂଆ ସଂକ୍ରମିତ ଚିହ୍ନଟ ହେବା ଏକ ରେକର୍ଡ ବୋଲି କୁହାଯାଉଛି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ ନିକଟରେ ଚେତାବନୀ ଦେଇଥିଲେ ଆଗକୁ କରୋନା ଭୟଙ୍କର ରୂପ ନେବାକୁ ଯାଉଛି । ତେଣୁ ସାବଧାନତା ଜରୁରୀ । ଏବେ ଏଠାରେ ମାସ୍କ ପିନ୍ଧିିବାକୁ ବାଧ୍ୟତାମୂଳକ କରାଯାଇଛି । ପ୍ୟାରିସ ଓ ଲ୍ୟୋନ ଭଳି ବଡ ବଡ ସହରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

Share