ଇସ୍ରାଏଲ ସହିତ ଫ୍ରାନ୍ସ-ବିଟ୍ରେନ-ୟୁକ୍ରେନ-ଜର୍ମାନୀ ଏକଜୁଟ…

ଜେରୁଜେଲମ,୭।୧୦ : ଶନିବାର ସକାଳେ ହମାସର ଯୁଦ୍ଧବିମାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଗାଜା ଅଞ୍ଚଳରେ ହମାସ ଯୁଦ୍ଧବିମାନ ରକେଟ ମାଡ କରିଥିଲା। ପରେ ପାରାଗ୍ଲାଇଡିଂ ହମାସ ସଦସ୍ୟମାନେ ସଡକ ଏବଂ ଅନ୍ୟାନ୍ୟ ମାର୍ଗରେ ଇସ୍ରାଏଲରେ ପ୍ରବେଶ କରି ସେମାନଙ୍କ ସାମ୍ନାରେ ଯାହାକୁ ଦେଖିଲେ ଗୁଳି ଚଳାଇଥିଲେ।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହାକୁ ନେଇ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଏବଂ ସମଗ୍ର ଇସ୍ରାଏଲରେ ରେଡ ଆଲର୍ଟ ଜାରି କରାଯାଇଛି। ସେ କହିଛନ୍ତି ଆଜି ସକାଳେ ହମାସ ଏକ ବଡ଼ ଭୁଲ କରିଛି, ସେମାନେ ଇସ୍ରାଏଲ ବିରୋଧରେ ଯୁଦ୍ଧ ଆରମ୍ଭ କରିଛନ୍ତି, ଇସ୍ରାଏଲ ନିଶ୍ଚିତ ଭାବେ ଏହାକୁ ଜିତିବ ।

ଏହି ସମୟରେ, ମଧ୍ୟ ପୂର୍ବ ଦେଶ ଉପରେ ହୋଇଥିବା ଆକ୍ରମଣକୁ ଫ୍ରାନ୍ସ, ବ୍ରିଟେନ, ୟୁକ୍ରେନ ଏବଂ ଜର୍ମାନୀ ନିନ୍ଦା କରିଛନ୍ତି। ବ୍ରିଟିଶ ବୈଦେଶିକ ସଚିବ ଜେମ୍ସ କ୍ଲିଭର୍ଲି କହିଛନ୍ତି ପାଲେଷ୍ଟାଇନ ଇସଲାମ ଗୋଷ୍ଠୀ ହମାସ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ବ୍ରିଟେନ ନିନ୍ଦା କରୁଛି। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଜେମ୍ସ କ୍ଲିଭର୍ଲି କହିଛନ୍ତି, ଇସ୍ରାଏଲର ସାଧାରଣ ନାଗରିକଙ୍କ ଉପରେ ହମାସ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣକୁ ବ୍ରିଟେନ ନିନ୍ଦା କରିଛି। ବ୍ରିଟେନ ସର୍ବଦା ଇସ୍ରାଏଲର ନିଜକୁ ରକ୍ଷା କରିବାର ଅଧିକାରକୁ ସମର୍ଥନ କରିବ।

ଫ୍ରାନ୍ସର ବୈଦେଶିକ ମନ୍ତ୍ରଣାଳୟ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି। ମନ୍ତ୍ରଣାଳୟ କହିଛି, ଫ୍ରାନ୍ସ ଇସ୍ରାଏଲ ଏବଂ ଏହି ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ସହିତି ଛିଡା ହୋଇଛି।

ଜର୍ମାନ ବୈଦେଶିକ ମନ୍ତ୍ରୀ ଆନ୍ନାଲେନା ବେରବକ ଏହି ଆକ୍ରମଣକୁ ନିନ୍ଦା କରି କହିଛନ୍ତି ନିରୀହ ଲୋକଙ୍କ ପ୍ରତି ହିଂସା ତୁରନ୍ତ ବନ୍ଦ ହେବା ଆବଶ୍ୟକ। ମୁଁ ଗାଜାରେ ଇସ୍ରାଏଲ ବିରୁଦ୍ଧରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି। ନିରୀହ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ହିଂସା ଏବଂ ରକେଟ ଆକ୍ରମଣ ତୁରନ୍ତ ବନ୍ଦ ହେବା ଆବଶ୍ୟକ। ଆମେ ଇସ୍ରାଏଲ ସହିତ ଏଛୁ।

ୟୁକ୍ରେନ କହିଛି ଇସ୍ରାଏଲ ବିରୁଦ୍ଧରେ ଚାଲିଥିବା ଆକ୍ରମଣକୁ ଜେରୁଜେଲମ ଏବଂ ତେଲ ଆଭିଭରେ ସାଧାରଣ ନାଗରିକଙ୍କ ଉପରେ ରକେଟ ଆକ୍ରମଣକୁ ଆମେ ଦୃଢ଼ ନିନ୍ଦା କରୁଛୁ। ୟୁକ୍ରେନ କହିଛି ନିଜକୁ ତଥା ଏହାର ଲୋକଙ୍କୁ ରକ୍ଷା କରିବାର ଅଧିକାରରେ ଆମେ ଇସ୍ରାଏଲକୁ ସମର୍ଥନ କରୁଛୁ।

ଇସ୍ରାଏଲର ସାମରିକ ମୁଖପାତ୍ର ରିଚାର୍ଡ ହେଚ କହିଛନ୍ତି ଏହା ଏକ ମିଳିତ ଆକ୍ରମଣ ଯାହା ପାରାଗ୍ଲାଇଡର୍‌, ସମୁଦ୍ର ତଥା ସ୍ଥଳଭାଗ ଦେଇ ଘଟିଥିଲା। ସେ କହିଛନ୍ତି, ଆମେ ଗାଜା ଅଞ୍ଚଳର ଚାରିପାଖରେ ଯୁଦ୍ଧ କରୁଛୁ।

Share