Advertisement

ନାଇଜରରୁ ଭାରତୀୟ ନାଗରିକଙ୍କୁ ବିଦା କଲା ଫ୍ରାନ୍ସ, ଦୂତାବାସ ଉପରେ ଆକ୍ରମଣ ପରେ ନିଆଗଲା ନିଷ୍ପତ୍ତି

ପ୍ୟାରିସ,୩।୮: ସାମରିକ ସେନା ଆକ୍ରମଣ ପରେ ନାଇଜର ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ସଙ୍କଟ ମଧ୍ୟରେ ଭାରତ ସମେତ ଅନ୍ୟ ଦେଶର ନାଗରିକମାନେ ନାଇଜରରେ ଫସି ରହିଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସ ସରକାର ଗତ ଦୁଇ ଦିନ ମଧ୍ୟରେ ଭାରତୀୟ ନାଗରିକଙ୍କ ସମେତ ୯୯୦ରୁ ଅଧିକ ନାଗରିକଙ୍କୁ ବିଦା କରିଛି।

ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ ଲେନୈନ ଟୁଇଟରରେ କହିଛନ୍ତି ଯେ ଫ୍ରାନ୍ସ ଦ୍ୱାରା ବାହାର ହୋଇଥିବା ୯୯୨ଜଣଙ୍କ ମଧ୍ୟରୁ ୫୬୦ ଜଣ ଏହାର ନାଗରିକ, ଯେଉଁଥିରେ ବାକି ଭାରତୀୟ ନାଗରିକଙ୍କ ସମେତ ଅନ୍ୟାନ୍ୟ ଦେଶର ନାଗରିକ ମଧ୍ୟ ଏଥିରେ ସାମିଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ନାଇଜରରେ ସାମରିକ ଆକ୍ରମଣ ପରେ ଫ୍ରାନ୍ସ ଗତ ଦୁଇ ଦିନ ମଧ୍ୟରେ ଅନେକ ରୋଟେଶନ ଉଡାଣ ମାଧ୍ୟମରେ ୯୯୨ ଲୋକଙ୍କୁ ଦେଶରୁ ବାହାର କରିଛି।

 

Share