ନାଟୋ ପାଖରେ ବି ପରମାଣୁ ଅସ୍ତ୍ର ଅଛି

ପ୍ୟାରିସ,୨୫।୨: ରୁଷିଆନ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପରମାଣୁ ଅସ୍ତ୍ର ବ୍ୟବହାର ଲାଗି ଧମକ ଦେଉଥିବା ବେଳେ ତାଙ୍କୁ ଚେତାବନୀ ଦେଇଛନ୍ତି ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜିନ ଭେସ ଲେ ଡ୍ରିଆନ। ନାଟୋ ଏକ ପରମାଣୁ ମେଣ୍ଟ ବୋଲି ପୁଟିନଙ୍କୁ ବୁଝିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ୟୁକ୍ରେନ ସହ ଚାଲିଥିବା ବିବାଦର ସମାଧାନ ପରମାଣୁ ଅସ୍ତ୍ରର ବ୍ୟବହାର ନେଇ ପୁଟିନ ଧମକ ଦେଇଥିଲେ। ଏହା ଉପରେ ଟେଲିଭିଜନ ବାର୍ତ୍ତାରେ ଲେ ଡ୍ରିଆନ କହିଛନ୍ତି, ଆଟଲାଣ୍ଟିକ୍‌ ମେଣ୍ଟ ଏକ ପରମାଣୁ ସମ୍ପନ୍ନ ଗୋଷ୍ଠୀ। ପୁଟିନଙ୍କୁ ଏହା ବୁଝିବାକୁ ପଡ଼ିବ। ମୁଁ ଏ ବିଷୟରେ ଏତିକି କହିପାରିବି।

Share