Advertisement
Categories: Home Leftଖେଳ

(ପିଏସସି) ଛାଡ଼ି ରିଅଲ ମାଡ୍ରିଡରେ ଯୋଗ ଦେଲେ କିଲିଆନ୍‌ ଏମ୍‌ବାପେ

ନୂଆଦିଲ୍ଲୀ, ୪।୬: ଦୀର୍ଘ ବର୍ଷର କଳ୍ପନା ଜଳ୍ପନ ପରେ ଫ୍ରାନ୍ସ ଫୁଟବଲ ଅଧିନାୟକ କିଲିଆନ ମବାପେ ପ୍ୟାରିସ ସେଣ୍ଟ-ଜର୍ମାନ (ପିଏସସି) ଛାଡି ସ୍ପେନର କ୍ଲବ ରିଅଲ ମାଡ୍ରିଡ ସହିତ ପାଞ୍ଚ ବର୍ଷ ଚୁକ୍ତି କରିଛନ୍ତି। ୨୫ ବର୍ଷ ବୟସ୍କ ବିଶ୍ୱକପ ବିଜେତା ଏକ ମାଡ୍ରିଡ ଦଳରେ ଯୋଗ ଦେଇଛନ୍ତି, ଯେଉଁଠି ପୂର୍ବରୁ ଅନେକ ତାରକା ଖେଳାଳି ଉପସ୍ଥିତ ରହିଛନ୍ତି।
ଅନ୍ୟପଟେ ଫ୍ରାନ୍ସ ଅଲିମ୍ପିକ୍ସ ଫୁଟ୍‌ବଲ ଦଳରୁ ବାଦ୍‌ ପଡ଼ିଛନ୍ତି ତାରକା ଷ୍ଟ୍ରାଇକର କିଲିଆନ୍‌ ଏମ୍‌ବାପେ। ସୋମବାର ଥିଏରୀ ହେନରୀ ଏକ ପ୍ରୋଭିଜନାଲ ଦଳ ଘୋଷଣା କରିଥିବା ବେଳେ ଏଥିରେ ଏମ୍‌ବାପେଙ୍କ ନାମ ନାହିଁ। ଉଭୟ ହେନରୀ ଓ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମ୍ୟାକ୍‌ରଁ ତାଙ୍କୁ ଦଳରେ ଚାହୁଁଥିଲେ ମଧ୍ୟ ୨୫ ଜଣିଆ ଦଳରେ ତାଙ୍କୁ ସ୍ଥାନ ମିଳି ନାହିଁ। ଏମ୍‌ବାପେ ନିକଟରେ ପ୍ୟାରିସ୍‌ ସେଣ୍ଟ ଜର୍ମେନ(ପିଏସ୍‌ଜି) ଛାଡି ରିୟଲ ମାଡ୍ରିଡ୍‌ରେ ୫ ବର୍ଷ ପାଇଁ ସାମିଲ ହୋଇଛନ୍ତି।
କ୍ଲବ୍‌ଗୁଡିକ ଅଲିମ୍ପିକ୍ସ ପାଇଁ ଖେଳାଳିଙ୍କୁ ଛାଡ଼ିବା ବାଧ୍ୟତାମୂଳକ ନ ଥିବା ବେଳେ ଏମ୍‌ବାପେ ବାଦ୍‌ ପଡ଼ିଥିବା କୁହାଯାଉଛି। ଏହି ଦଳରେ ପିଏସ୍‌ଜିର ଓ୍ବାରେନ୍‌ ଜାଇରେ ଏମିର, ବ୍ରାଡଲେ ବ୍ରାକୋଲା ଓ ଭେଟେରାନ୍‌ ଷ୍ଟ୍ରାଇକର ଆଲେକଜାଣ୍ଡ୍ରେ ଲାକାଜେଟେଙ୍କୁ ସାମିଲ କରାଯାଇଛି।ବାଦ୍‌ ପଡିବା ସମ୍ପର୍କରେ ଏମ୍‌ବାପେ ସ୍ପଷ୍ଟୀକରଣ ଦେଇ କହିଛନ୍ତି , ଅଲିମ୍ପିକ୍ସ ଖେଳିବା ମୋର ଇଚ୍ଛା ଥିଲା। କିନ୍ତୁ କ୍ଲବ୍‌ ନ ଛାଡିବାରୁ ଏଭଳି ନିଷ୍ପତ୍ତି ନେବାକୁ ପଡିଲା। କ୍ରିଷ୍ଟାଲ ପ୍ୟାଲେସର ଜିନ୍‌ ଫିଲିପ୍‌ ମାଟେଟା ଓ ମାଇକେଲ ଓଲ୍‌ସିଙ୍କୁ ଦଳରେ ସାମିଲ କରାଯାଇଛି।

Share