ଫ୍ରାନ୍ସରେ କମୁନି କରୋନା ସଂକ୍ରମଣ

ପ୍ୟାରିସ,୧ ।୨: ଗତ ପ୍ରାୟ ଦୁଇଦିନ ହେବ ଫ୍ରାନ୍ସରେ କରୋନା ସଂକ୍ରମଣ ସାମନ୍ୟ କମ୍ ହୋଇଥିବା ବେଳେ ପୁଣିଥରେ ଆମେରିକାକୁ ପଛରେ ପକାଇ ଶୀର୍ଷରେ ପହଞ୍ଚିଛି ଫ୍ରାନ୍ସ । ନୂଆ ସଂକ୍ରମଣକୁ ନେଇ ଏବେବି ଆମେରିକା ଶୀର୍ଷରେ ଥିବା ବେଳେ ଫ୍ରାନ୍ସରେ ଗତ ୨୪ ଘଣ୍ଟାରେ ୩.୩୩ ଲକ୍ଷ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହି ସମୟ ମଧ୍ୟରେ ଆମେରିକାରେ ୧.୯୨ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
କରୋନା ମହାମାରୀ ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଗତ ଦୁଇବର୍ଷ ମଧ୍ୟରେ ଏହି ଭାଇରସ ଦ୍ୱାରା ୩୭.୫୬ କୋଟି ଲୋକେ ସଂକ୍ରମିତ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରୁ ୫୬.୮୩ ଲକ୍ଷ ଲୋକଙ୍କର ମୃତ୍ୟୁ ବି ହୋଇ ସାରିଲାଣି । ଗତ ୨୪ ଘଣ୍ଟାରେ ଆମେରିକାରେ ସବୁଠାରୁ ଅଧିକ ୧,୧୨୭ ଜଣଙ୍କ ମୃତ୍ୟୁ ହୋଇଛି । ଆମେରିକାରେ ଗତ ୨୪ ଘଣ୍ଟାରେ ୨.୮୬ ସକ୍ରିୟ ମାମଲା ଥିବା ବେଳେ ସାରା ବିଶ୍ୱରେ ୭.୩୨ ସକ୍ରିୟ ମାମଲା ରହିଛି ।

Share