ପ୍ୟାରିସରେ ଅଶାନ୍ତି: ୧୩ଟି ବସ୍‌ ଜାଳିଦେଲେ ପ୍ରଦର୍ଶନକାରୀ, ୪୨୧ ଗିରଫ

ପ୍ୟାରିସ,୩୦।୬: ଟ୍ରାଫିକ ନିୟମ ଉଲ୍ଲଂଘନ କରି ପ୍ୟାରିସ ପୋଲିସ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିବା ପରେ ସହରରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା ମଙ୍ଗଳବାରର ହୋଇଥିବା ବେଳେ ଦିନକୁ ଦିନ ସହରରେ ଅଶାନ୍ତି ଦେଖାଯାଇଛି। ପ୍ରଦର୍ଶନକାରୀମାନେ ଆବେର୍ଭିଲିୟର୍ସରେ ପ୍ରାୟ ୧୩ଟି ବସ୍‌ ଜାଳିଦେଇଛନ୍ତି।

ସୂଚନାଯୋଗ୍ୟ, ରାଜଧାନୀ ପ୍ୟାରିସର ଉପାନ୍ତ ନାନତେରେରେ ଟ୍ରାଫିକ ନିୟମ ଭଙ୍ଗ କରି ଜଣେ ଯୁବକଙ୍କୁ ପୋଲିସ ଗୁଳିରେ ହତ୍ୟା କରିଥିଲା। ଏହାପୂର୍ବରୁ ପୋଲିସ କହିଛି ଯେ ନାବାଳିକ ଜଣକ ପୋଲିସ ଉପରେ ଚଢାଇବାକୁ ଚେଷ୍ଟା କରିଥିଲା, ଯେଉଁଥିରେ ପୋଲିସ ଗୁଳି ଚଳାଇଥିଲା। ତେବେ ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ମିଛ କହୁଥିବାର ସ୍ପଷ୍ଟ ହୋଇଛି। ଏହା ଲୋକମାନଙ୍କୁ କ୍ରୋଧିତ କରିଥିଲା। ତେବେ ଅଭିଯୁକ୍ତ ପୋଲିସକୁ ଜେଲକୁ ପଠାଯାଇଛି। ଫ୍ରାନ୍ସର ଆଭ୍ୟନ୍ତରୀଣ ମନ୍ତ୍ରୀ ଗେରାଲ୍ଡ ଡରମାନିନ କହିଛନ୍ତି ଯେ, ସମଗ୍ର ଫ୍ରାନ୍ସରେ ବିରୋଧ ଚାଲିଛି। ବର୍ତ୍ତମାନ ସୁଦ୍ଧା ଅତି କମରେ ୪୨୧ ଜଣଙ୍କୁ ଗିରଫ କରାଯାଇଛି।

 

Share