ଫ୍ରାନ୍ସ ସଡ଼କରେ ଯୁଦ୍ଧ ଭଳି ପରିସ୍ଥିତି

ପ୍ୟାରିସ, ୩୦।୬: ପୋଲିସର ଗୁଳିରୁ ଜଣେ ଯୁବକଙ୍କ ମୃତ୍ୟୁ ପରେ ଫ୍ରାନ୍ସରେ ଆରମ୍ଭ ହୋଇଥିବା ହିଂସା ବନ୍ଦ ହେବାର ନାମଁ ନେଉନାହିଁ। ଏହି ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଜଳା, ଭଙ୍ଗାରୁଜା ସବୁ ସ୍ଥାନରେ ଘଟୁଛି। ଫ୍ରାନ୍ସରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ମଧ୍ୟ ଦେଶରେ ଘଟୁଥିବା ହିଂସାକୁ ନିନ୍ଦା କରିଛନ୍ତି। ଫ୍ରାନ୍ସରେ ହୋଇଥିବା ବିରୋଧକୁ ବନ୍ଦ କରିବା ପାଇଁ ପ୍ରାୟ ୪୦ ହଜାର ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଗିରଫଦାରୀ ଜାରି ରହିଛି। ଏହି ଘଟଣା ମଧ୍ୟରେ ତିନି ଦିନ ବିତି ଗଲାଣି କିନ୍ତୁ ପ୍ରଦର୍ଶନ ଜାରି ରହିଛି।

Share