ଜଳୁଛି ଫ୍ରାନ୍ସ: ଟ୍ରାଫିକ ନିୟମ ନ ମାନିବାରୁ କିଶୋରଙ୍କ ଉପରକୁ ଗୁଳି ଚଳାଇଥିଲା ପୋଲିସ

ପ୍ୟାରିସ,୨୯।୬: ଫ୍ରାନ୍ସର ଜଣେ କିଶୋରଙ୍କ ହତ୍ୟା ପରେ ସେଠାରେ ହିଂସା ଉପୁଜିଛି। ଲୋକେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। କିଛି ଗାଡିକୁ ପୋଡି ଦିଆଯାଇଥିବା ବେଳେ ସ୍ଥିତି ସଙ୍କିନ ରହିଛି। ଏହି ହିଂସା ଘଟଣାରେ ପୋଲିସ ଏବେ ପର୍ଯ୍ୟନ୍ତ ପ୍ରାୟ ୩୧ ଲୋକଙ୍କୁ ଗିରଫ କରିଛି। ଏହି ଘଟଣାରେ ୨୪ରୁ ଅଧିକ ପୋଲିସ ଆହତ ହୋଇଥିବା ସୂଚନା ମିଳିଛି।

Share