Posted inଖେଳ

ଭିକ୍ଟରଙ୍କ ଡବଲ ଗୋଲରେ ଫ୍ରାନ୍ସ ବିଜୟୀ

ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି): ଅଧିନାୟକ ଭିକ୍ଟର ଚାର୍ଲେଟଙ୍କ ଡବଲ ଗୋଲ ବଳରେ ଫ୍ରାନ୍ସ ଚଳିତ ହକି ବିଶ୍ୱକପ୍‌ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ସୋମବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପୁଲ୍‌ ଏ’ର ଏକ ମ୍ୟାଚ୍‌ରେ ଏହି ଦଳ ୨-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ୨ ମ୍ୟାଚରୁ ଏହା ଥିଲା ଫ୍ରାନ୍ସର ପ୍ରଥମ ବିଜୟ। ପ୍ରଥମ ମ୍ୟାଚ୍‌ରେ ଦଳ ୦-୮ ଗୋଲରେ ଟାଇଟଲ ଫେଭରାଇଟ ଅଷ୍ଟ୍ରେଲିଆ ନିକଟରୁ ହାରି ଯାଇଥିଲା। ଏଠାରେ ବିଜୟ ଫଳରେ ଫ୍ରାନ୍ସର କ୍ରସ୍‌ ଓଭର ଖେଳିବା ଆଶା ଉଜ୍ଜୀବିତ ରହିଛି। ଅନ୍ୟପକ୍ଷରେ ୨ ମ୍ୟାଚ୍‌ରୁ ଡବଲ ପରାଜୟ ଫଳରେ ଦକ୍ଷିିଣ ଆଫ୍ରିକା ଗ୍ରୁପ୍‌ ପର୍ଯ୍ୟାୟରୁ ଏଲିମିନେଟ ହେବାର ଦ୍ୱାରରେ ପହଞ୍ଚତ୍ୟାଇଛି। ଫ୍ରାନ୍ସ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭିକ୍ଟର ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଫ୍ରାନ୍ସ ଏହାର ଅନ୍ତିମ ମ୍ୟାଚ୍‌ ୨୦ ତାରିଖରେ ଆର୍ଜେଣ୍ଟିନା ସହିତ ଖେଳିବ। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ସେହିଦିନ ଅନ୍ୟ ଏକ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ।
ଆରମ୍ଭରୁ ଫ୍ରାନ୍ସ ଆକ୍ରମଣାତ୍ମକ ଏବଂ ଦକ୍ଷିଣ ଆଫ୍ରିକା ରକ୍ଷଣାତ୍ମକ ରଣନୀତିରେ ଖେଳିଥିଲେ। ଫଳରେ ୬ଷ୍ଠ ମିନିଟ୍‌ରେ ଫ୍ରାନ୍ସକୁ ଲଗାତର ୨ଟି ପେନାଲ୍ଟି କର୍ନର ମିିଳିଥିଲା। ପ୍ରଥମଟି ବିଫଳ ହୋଇଥିଲେ ହେଁ ଦ୍ୱିତୀୟଟିକୁ ଗୋଲରେ ପରିଣତ କରି ଭିକ୍ସର ଫ୍ରାନ୍ସକୁ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ଶେଷହେବାର ଅନ୍ତିମ କ୍ଷଣରେ ଦକ୍ଷିଣ ଆଫ୍ରିକା ଏକ ପେନାଲ୍ଟି କର୍ନର ପାଇଥିଲା। ଦଳର ୩୫ ନମ୍ବର ଖେଳାଳି କନ୍ନର ବିଉଚାମ୍ପ ଏହାକୁ ଗୋଲରେ ପରିଣତ କରିବାରୁ ମ୍ୟାଚ୍‌ ୧-୧ ସ୍ଥିତିକୁ ଚାଲିଆସିଥିଲା। ଫଳରେ ଦ୍ୱିତୀୟ କ୍ୱାର୍ଟର ରୋମାଞ୍ଚକ ହୋଇଥିଲା। ମାତ୍ର ଏହି ପର୍ଯ୍ୟାୟରେ କୌଣସି ଦଳ ଗୋଲ ସ୍କୋର କରିପାରି ନ ଥିଲେ। ତୃତୀୟ କ୍ୱାର୍ଟର ମଧ୍ୟ ଗୋଲଶୂନ୍ୟ ରହିଥିଲା। ମାତ୍ର ୪ର୍ଥ କ୍ୱାର୍ଟର ଅର୍ଥାତ୍‌ ମ୍ୟାଚ୍‌ର ୫୭ତମ ମିନିଟ୍‌ରେ ଫ୍ରାନ୍ସ ପାଇଥିବା ପେନାଲ୍ଟି କର୍ନରର ସଦୁପଯୋଗ କରିଥିଲେ ଭିକ୍ଟର। ତାଙ୍କ ଗୋଲ ବଳରେ ଫ୍ରାନ୍ସ ଅଗ୍ରଣୀ ହୋଇଯିବାରୁ ଦକ୍ଷିଣ ଆଫ୍ରିକାର ଆଶା ମଉଳି ଯାଇଥିଲା। ମ୍ୟାଚ୍‌ରେ ଫ୍ରାନ୍ସ ମୋଟ ୭ଟି ପେନାଲ୍ଟି କର୍ନର ପାଇଥିବାବେଳେ ଏଥିରୁ ୨ଟି ଗୋଲ ସ୍କୋର କରିଥିଲା। ଅନ୍ୟପକ୍ଷରେ ବିଳମ୍ବରେ ବିଶେଷକରି ଶେଷ କ୍ୱାର୍ଟରରେ ଆକ୍ରମଣକୁ ଜୋର୍‌ଦାର କରିଥିବା ଦକ୍ଷିଣ ଆଫ୍ରିକା ୬ଟି ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲେ ହେଁ ମାତ୍ର ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲା। ମ୍ୟାଚ୍‌ର ଶେଷ ମିନିଟ୍‌ ଅର୍ଥାତ୍‌ ୫୯ତମ ମିନିଟରେ ଦଳ ୩ଟି ପେନାଲ୍ଟି କର୍ନର ପାଇଥିଲା। ମାତ୍ର ତାହାର ସଦୁପଯୋଗ କରିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri