ନୂଆଦିଲ୍ଲୀ, ୩ା୪: ପରୋପକାରୀ ତଥା କଳା ସଂଗ୍ରାହକ କିରନ ନାଦାରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଚେଭାଲିଅର୍ ଡି ଲା ଲେଗିଅନ୍ ଡି’ହନର’ରେ ସମ୍ମାନିତ କରାଯାଇଛି। ନାଦାରଙ୍କର କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ଜାତୀୟ ଏବଂ ଅନ୍ତର୍ଜାତୀୟ ସଂସ୍କୃତିକୁ ପ୍ରଚାର ପ୍ରସାର କରିବାର ପ୍ରତିବଦ୍ଧତା ଏବଂ ଭାରତ-ଫ୍ରାନ୍ସ ସଂସ୍କୃତିକ ସମ୍ପର୍କକୁ ବଢ଼ାଇବାରେ ଅଗ୍ରଣୀ ଭୂମିକା ରହିଛି। ତେଣୁ ସ୍ବୀକୃତି ସ୍ବରୂପ ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଏମାନୁଏଲ୍ ଲେନାଇନ୍ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି। କିରନ ନାଦାର ମ୍ୟୁଜିୟମ ଅଫ୍ ଆର୍ଟର ଅଧ୍ୟକ୍ଷା ନାଦାର ଶିବ ନାଦାର ଫାଉଣ୍ଡେଶନର ଟ୍ରଷ୍ଟି ମଧ୍ୟ ରହିଛନ୍ତି।