ନୂଆଦିଲ୍ଲୀ,୨୪।୨: ଆଗାମୀ ଆଇପିଏଲ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କାର୍ଯ୍ୟସୂଚୀ ପ୍ରସ୍ତୁତି ଚୂଡ଼ାନ୍ତ କରିବାରେ ଲାଗିଛି। ପୂରା ଆଇପିଏଲ ମହାରାଷ୍ଟ୍ରରେ ଖେଳାଯିବାକୁ ଥିବା ବେଳେ ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ କାହିଁକି ତା’ର ଘରୋଇ ଭେନ୍ୟୁ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳିବ ବୋଲି ପ୍ରଶ୍ନ ଉଠାଇଛନ୍ତି କିଛି ଫ୍ରାଞ୍ଚାଇଜ।
“ଅନ୍ୟ କୌଣସି ଫ୍ରାଞ୍ଚାଇଜକୁ ସେମାନଙ୍କ ଘରୋଇ ଭେନ୍ୟୁରେ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳୁନାହିଁ। ଯଦି ଏମ୍ଆଇ ତା’ର ମ୍ୟାଚ୍ ଓ୍ବାଙ୍ଖଡେରେ ଖେଳେ, ତେବେ ଏହା ଅନୁଚିତ ହେବ। ମୁମ୍ବାଇ ଡି ଓ୍ବାଇ ପାଟିଲ ଷ୍ଟାଡିୟମ କିମ୍ବା ବ୍ରାବୋର୍ନେ ଷ୍ଟାଡିୟମରେ ଖେଳିଲେ ଆମର କୌଣସି ଅସୁବିଧା ନାହିଁ। ଆଶା କରୁଛୁ, ବିସିସିଆଇ ଏ ସଂକ୍ରାନ୍ତରେ ଦୃଷ୍ଟି ଦେବ” ବୋଲି ଏକ ଫ୍ରାଞ୍ଚାଇଜ ସୂତ୍ରରୁ କୁହାଯାଇଛି।
ତେବେ ଗତ ବର୍ଷ ଆଇପିଏଲର ପ୍ରଥମ ଲେଗ୍ରେ କୌଣସି ଫ୍ରାଞ୍ଚାଇଜ ତା’ର ଘରୋଇ ଭେନ୍ୟୁରେ ଖେଳିପାରିବ ନାହିଁ ବୋଲି ବିସିସିଆଇ ନିଶ୍ଚିତ କରିବା ପରେ ଫ୍ରାଞ୍ଚାଇଜମାନେ ସେଥିରେ ରାଜି ହୋଇଥିଲେ।