Categories: ଜାତୀୟ

ଧରାପଡ଼ିଲା ସ୍କୁଲରେ ବଡ଼ ଧରଣର ଦୁର୍ନୀତି, ସିବିଆଇ ଦାଏର କଲା ମାମଲା

ନୂଆଦିଲ୍ଲୀ, ୨୮।୦୬: ପ୍ରଥମିକ ଶିକ୍ଷା ବିଭାଗରେ ବଡ଼ ଧରଣର ଦୁର୍ନୀତି ହରିୟାଣାରେ ଦେଖିବାକୁ ମିଳିଛି । ପିଲାମାନେ ନଥାଇ ସେମାନଙ୍କର ନାମଲେଖା ଯାଇଛି । ଏହାକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆକ୍ସନ ମୋଡକୁ ଆସିଛି । ଶିକ୍ଷା ବିଭାଗର ଅଧିକାରୀଙ୍କ ନାମରେ ମାମଲା ଦାଏର କରିଛି ସିବିଆଇ।

ରିପୋର୍ଟ ମୁତାବିକ ୨୦୧୪-୧୬ ଶିକ୍ଷା ବର୍ଷରେ ହରିୟାଣାର ସରକାରୀ ସ୍କୁଲରେ ୪ ଲକ୍ଷ ଛାତ୍ରୀଛାତ୍ରଙ୍କ ନାମ ଲେଖା ହୋଇଥିଲା । କିନ୍ତୁ ପ୍ରକୃତରେ ସେଭଳି ଛାତ୍ରୀଛାତ୍ର ନଥିବା ଜଣାପଡ଼ିଛି । ସେମାନଙ୍କ ନାମ ଲେଖାଯାଇ ସେମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ଯୋଜନାରେ ସରକାରୀ ଅର୍ଥ ଆତ୍ମସାତ୍‌ ହୋଇଥିବା ଜଣାପଡ଼ିଛି ।

Share