ଟ୍ରମ୍ପଙ୍କ ବିରୋଧରେ ଠକେଇ ଅଭିଯୋଗ

ଓ୍ବାଶିଂଟନ,୨୨ା୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ,ତାଙ୍କର ତିନିପୁଅ ଏବଂ ଟ୍ରମ୍ପ ସଂଗଠନ ନାମରେ ଏକ ଠକେଇ ମାମଲା ଦାୟର ହୋଇଛି।

ଏକ ରିପୋର୍ଟ ଅନୁଯାୟୀ ଡେମୋକ୍ରାଟ ଆଟର୍ନିଂ ଜେନେରାଲ ଲେଟିଟିଆ ଜେମ୍ସ ଟ୍ରମ୍ପଙ୍କ ନାମରେ ୨୦୦ ପୃଷ୍ଠା ସମ୍ବଳିତ ମୋକଦ୍ଦମା ଦାୟର କରିଛନ୍ତି। ଟ୍ରମ୍ପ ତାଙ୍କ ସମ୍ପତ୍ତି ଏବଂ ବ୍ୟବସାୟ କ୍ଷେତ୍ରରେ ଜାଲିଆତି କରିଛନ୍ତି।

ଏହି ମୋକଦ୍ଦମା ଅନୁଯାୟୀ, ଟ୍ରମ୍ପ ସଂଗଠନ ଋଣଦାତା, ବୀମାକାରୀ ଏବଂ ଟିକସ ଅଧିକାରୀଙ୍କୁ ଫାଙ୍କିଛନ୍ତି। ନ୍ୟୁୟର୍କରେ ଏକ ଖବରଦାତା ସମ୍ମିଳନୀରେ ଜେମ୍ସ କହିଛନ୍ତି ଯେ, ଟ୍ରମ୍ପଙ୍କର ଏପରି ଆଚରଣକୁ ବରଦାସ୍ତ କରାଯାଇପାରିବ ନାହିଁ। ଟ୍ରମ୍ପଙ୍କ ବିରୋଧରେ ପ୍ରମାଣ ଖୋଜାଚାଲିଛି। ମିଳିଗଲେ ସେମାନେ ସମସ୍ତେ ଉତ୍ତରଦାୟୀ ରହିବେ।

Share