ଠକ ଓ ଜାଲିଆତି

ଭାରତର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପ୍ରତିବର୍ଷ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ସ୍ତରରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) କରାଯାଉଛି। ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଏମ୍‌ବିଏସ୍‌ଏସ୍‌, ବିଡିଏସ୍‌ ଓ ଆୟୁଷ କୋର୍ସ ସକାଶେ ଏହା କରାଯାଉଛି। ୨୦୧୩ରେ ଆରମ୍ଭ ହୋଇଥିବା ପ୍ରଥମ ନିଟ୍‌ ପରୀକ୍ଷାରେ ୭ ଲକ୍ଷ ୧୭ ହଜାରରୁ ଅଧିକ ଆଶାୟୀ ପଞ୍ଜୀକୃତ ହୋଇଥିଲେ ଓ ଚଳିତବର୍ଷ ଏହି ସଂଖ୍ୟା ପାଖାପାଖି ୨୪ ଲକ୍ଷରେ ପହଞ୍ଚତ୍ଛି। ପ୍ରତିବର୍ଷ ଆଶାୟୀଙ୍କ ସଂଖ୍ୟ ବୃଦ୍ଧି ପାଉଥିବା ବେଳେ ଏହି ପ୍ରବେଶିକା ପରୀକ୍ଷାରେ ଠକାମି ବଢ଼ିବାରେ ଲାଗିଛି। ନକଲି ପରୀକ୍ଷାର୍ଥୀ ଓ ପ୍ରଶ୍ନପତ୍ର ଲିକ୍‌ ଘଟଣା ସାମ୍ନାକୁ ଆସୁଛି। ଚଳିତବର୍ଷ ରାଜସ୍ଥାନ, ଦିଲ୍ଲୀ, ବିହାର ଏବଂ ଓଡ଼ିଶାରୁ ନକଲି ପ୍ରାର୍ଥୀଙ୍କ ସମେତ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସବୁଠୁ ଚିନ୍ତାଜନକ ବିଷୟ ହେଉଛି, ନକଲି ପରୀକ୍ଷାର୍ଥୀ ଭାବେ କେତେଜଣ ମେଡିକାଲ ଛାତ୍ର ଗିରଫ ହେବା। ନକଲି ପରୀକ୍ଷାର୍ଥୀ କହିଲେ ଜଣେ ଛାତ୍ରଙ୍କ ନାମରେ ଆଉ ଜଣେ ବ୍ୟକ୍ତି ପରୀକ୍ଷା ଦେଉଛନ୍ତି। ଓଡ଼ିଶାର ଭଦ୍ରକ ପୋଲିସ ଅସଲ ନିଟ୍‌ ଆଶାୟୀ ମୟୂରଭଞ୍ଜର ଶାଶ୍ୱତ ତ୍ରିପାଠୀଙ୍କ ପାଇଁ ପରୀକ୍ଷା ଦେଇଥିବା କୋଲକାତାର ମେଡିକାଲ ଛାତ୍ର ଅଙ୍କିତ ରାଜଙ୍କ ସମେତ ଦୁଇ ମଧ୍ୟସ୍ଥଙ୍କୁ ଗିରଫ କରିଛି। ସେହିଭଳି ରାଜସ୍ଥାନର ଯୋଧପୁରସ୍ଥିତ ଏସ୍‌.ଏନ୍‌. ମେଡିକାଲ କଲେଜର ପ୍ରଥମ ସେମିଷ୍ଟର ଛାତ୍ର ଭଗୀରଥ ରାମ ବିଷ୍ଣୋଇ ତାଙ୍କ ସାନଭାଇ ଗୋପାଳ ରାମଙ୍କ ପାଇଁ ପରୀକ୍ଷା ଦେଇଥିଲେ ଓ ଉଭୟ ଗିରଫ ହୋଇଛନ୍ତି। ଆଧାର କାର୍ଡରେ ଫଟୋ ଏଡିଟ୍‌ କରି ସେ ଏହି ପରୀକ୍ଷା ଦେଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ଚଳିତ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ଆସିଥିଲେ ମଧ୍ୟ ଏନ୍‌ଟିଏ ଏହାକୁ ଅସ୍ବୀକାର କରଛି। ଅପରପକ୍ଷରେ ବିହାର ପୋଲିସ ପ୍ରକୃତ ଆଶାୟୀଙ୍କ ପାଇଁ ପରୀକ୍ଷା ଦେଇଥିବା ୧୪ ଜଣ ପରୀକ୍ଷାର୍ଥୀଙ୍କ ସମେତ ୨୪ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରିବା ଅନିୟମିତତାର ଗମ୍ଭୀରତାକୁ ପ୍ରକାଶ କରିଛି। ତେବେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଉପରେ ତଦନ୍ତ ଜାରି ରହିଥିବାବେଳେ ଏହିି ୧୪ ଜଣ ନକଲି ପ୍ରାର୍ଥୀ ଭାବେ ପରୀକ୍ଷା ଦେଇ ଜଣକା ୫ରୁ ୧୦ ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଛି।
ଏଭଳି ପରିସ୍ଥିତିରେ ହୁଏତ ନିଟ୍‌ ବ୍ୟବସ୍ଥାରେ କିଛି ଦୋଷତ୍ରୁଟି ଖୋଜି ବାହାର କରିହେବ। କିନ୍ତୁ ତା’ଠାରୁ ଅଧିକ ମାରାମତ୍କ ହେଉଛି ଯେଉଁ ଛାତ୍ରୀଛାତ୍ର ମେଡିକାଲ ପଢ଼ି ଆସନ୍ତାକାଲିର ଡାକ୍ତର ହେବାକୁ ଇଚ୍ଛା କରୁଛନ୍ତି, ସେମାନେ ତାଙ୍କ ଭବିଷ୍ୟତ ଜୀବନକୁ ଠକାମି ଏବଂ ଚାଲ୍‌ବାଜିରେ ଆରମ୍ଭ କରୁଛନ୍ତି। ଭବିଷ୍ୟତର ସ୍ବାସ୍ଥ୍ୟସେବା ଏହି ଛାତ୍ରୀଛାତ୍ରଙ୍କ ହାତରେ ପଡ଼ିଲେ ଯେଉଁ ମାନର ହେବା କଥା ତାହା ସନ୍ଦେହ ଘେରରେ ରହୁଛି। ଏଠାରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇପାରେ ଯେ, ଧରାପଡ଼ିଥିବା ନକଲି ପରୀକ୍ଷାର୍ଥୀଙ୍କ ସଂଖ୍ୟା ସେହି ଧରାପଡ଼ିଥିବା ସଂଖ୍ୟା ଭିତରେ ସୀମିତ ହୋଇ ନ ଥିବ। ଅର୍ଥାତ୍‌ ଆହୁରି ଅନେକେ ଧରା ନ ପଡ଼ି ନିଶ୍ଚିତ ଭାବେ ଖସିଯାଇଛନ୍ତି। ଏହା ନୂତନ ଭାରତର ଠକାମି ଉପରେ ଆଧାରିତ ଚରିତ୍ରକୁ ଅତି ଭଲ ଭାବେ ଦର୍ଶାଉଛି। ଏହି ଛାତ୍ରୀଛାତ୍ରମାନେ ଯେତେବେଳେ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାର ଦାୟିତ୍ୱରେ ରହିବେ, ସେତେବେଳେ ଦେଶବାସୀ କେଉଁ ପରିସ୍ଥିତିରେ ପଡ଼ିବେ ତାହା ଆଜି ଅନୁମାନ କରିବା ସମ୍ଭବପର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ବେଢ଼ାରେ ଗଜାନନ

ଶ୍ରୀମନ୍ଦିର  ପଶ୍ଚିମ ପାର୍ଶ୍ୱରେ ଥିବା ସାକ୍ଷୀଗୋପାଳ ମନ୍ଦିର ନିକଟରେ ରହିଛି କାଞ୍ଚତ୍ ଗଣେଶ ମନ୍ଦିର। କାଞ୍ଚତ୍ ଗଣେଶଙ୍କୁ ତନ୍ତ୍ର ଗଣେଶ ମଧ୍ୟ କୁହାଯାଏ। ଭିତରଛୁ ମହାପାତ୍ର...

ଶକ୍ତ ବିରୋଧୀ, ସଶକ୍ତ ଗଣତନ୍ତ୍ର

ବିଗତ ଦିନରେ ଦେଶରେ ଏପରି କିଛି ଘଟଣା ଘଟିଛି, ଯାହା ଏନ୍‌ଡିଏ ୩.୦ ସରକାରଙ୍କ ଅସହାୟତାକୁ ପଦାରେ ପକାଇଛି। ଏହି ନିରୁପାୟ ଶକ୍ତ ବିରୋଧୀ ଦଳ...

ନିବେଶ ଲକ୍ଷ୍ୟରେ ଭଜନଲାଲ

ଡିସେମ୍ବର ୯ରୁ ୧୧ ଜୟପୁରରେ ‘ରାଇଜିଂ ରାଜସ୍ଥାନ’ ବୈଶ୍ୱିକ ନିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଇଏଏସ୍‌ ଅଧିକାରୀଙ୍କ ଗୋଟିଏ ଟିମ୍‌ ସାରା...

ଗୃହ ବିଦ୍ୟାଳୟ

ଆଜି ସବୁଠି ଅଭିଯୋଗ ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା ପିଲା ନିଜ ନାଁ ବି ଠିକ୍‌ ସେ ଲେଖି ପାରୁନି ଏବଂ ହାଇସ୍କୁଲରେ ପାଠ ପଢୁଥିବା...

ଓ୍ବିମ୍ବେଲଡନରେ ଜଳବାୟୁ ପ୍ରତିବାଦ

ଜଳବାୟୁ ପ୍ରଦର୍ଶନକାରୀମାନେ ୱିମ୍ବେଲଡନ ଟେନିସ୍‌ ପ୍ରତିଯୋଗିତାରେ ବାଧା ସୃଷ୍ଟି କରିଥିଲେ। ସେମାନେ ପ୍ରସିଦ୍ଧ ଚିତ୍ରକଳାକୁ ସୁରକ୍ଷା ଦେଉଥିବା ଗ୍ଲାସ୍‌ ଉପରକୁ ଟମାଟୋ ସସ୍‌ ପକାଇଥିଲେ। ଏହାସହ...

କଠୋର ଦଣ୍ଡବିଧାନ ଲୋଡ଼ା

ନାରୀଶକ୍ତିର ଦୁରବସ୍ଥା ଆଜି ଖବରକାଗଜ, ଟେଲିଭିଜନ ଖୋଲିଲେ ଜଣାପଡ଼େ। ୨୦୧୨ମସିହାରେ ନୂଆ ଦିଲ୍ଲୀ ରାଜରାସ୍ତାର ଚଳନ୍ତା ବସ୍‌ରେ ଘଟିଥିବା ନାରକୀୟ କାଣ୍ଡ ସମଗ୍ର ସଭ୍ୟସମାଜରେ ହଇଚଇ...

ଗୁରୁ ଚିର ନମସ୍ୟ

ଦେଶର ଅଗଣିତ ଶିଶୁମାନଙ୍କୁ ଶିକ୍ଷାଦାନ କରି ଜଣେ ସୁନାଗରିକ କରିବାରେ ଗୁରୁମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମାଜରେ ଯଥେଷ୍ଟ ଉପରେ ରହିଛି। ଆମ ପୁଣ୍ୟ ଭୂମି...

ଗାନ୍ଧିଜୀଙ୍କ ଅନୁସୃତ ଚିକିତ୍ସା ପଦ୍ଧତି

ମନୁଷ୍ୟ ଶରୀର ପଞ୍ଚଭୂତରୁ ସୃଷ୍ଟି। ସେଗୁଡ଼ିକ ହେଉଛି- ଅଗ୍ନି, ବାୟୁ, ଜଳ, ଆକାଶ ଓ ପୃଥିବୀ। ତେଣୁ ମାଟି, ପାଣି, ବାୟୁ, ଆଲୋକ ଓ ଉତ୍ତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri