କ୍ୟୁ ନେଟ ଠକେଇ ମାମଲା: ୩ ଅଭିଯୁକ୍ତଙ୍କ ଜାମିନ ଖାରଜ

କଟକ ଅଫିସ,୨୯।୬: କ୍ୟୁ ନେଟ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ସୋମବାର ହାଇକୋର୍ଟ ଖାରଜ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଏହି କମ୍ପାନୀର ପ୍ରମୋଟର ଶରତ କୁମାର ପରିଡା, ଦେବବ୍ରତ ହରିଚନ୍ଦନ ଏବଂ ଚନ୍ଦନ ମହାଳିକ। ବିଚାରପତି ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ ଜାମିନ ଆବେଦନ ଉପରେ ଶୁଣାଣି ଖାରଜ କରିଛନ୍ତି। ଲୋଭନୀୟ ସ୍କିମ ଦେଖାଇ ପ୍ରାୟ ୫୦ କୋଟି ଟଙ୍କା ଠକେଇ ହୋଇଥିବା ନେଇ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ହେବା ପରେ ୨୦୧୯ ଅକ୍ଟୋବରରେ ଉପରୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

Share