ଅନ୍ତ୍ୟୋଦୟ ଯୋଜନା କାର୍ଡରେ ଜାଲିଆତି

ଡେରାବିଶ,୧୨ା୭ (ବେବର୍ତ୍ତା ଅଜୟ ଦାସ): ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ଗରିବ ହିତାଧିକାରୀଙ୍କୁ ଖାଦ୍ୟ ମିଳିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଯୋଗ୍ୟ ହିତାଧିକାରୀଙ୍କୁ ରାଶନ କାର୍ଡ ପ୍ରଦାନ କରିଛନ୍ତି। ଏଥିସହ ଭୂମିହୀନ, ଅସହାୟ, ବେରୋଜଗାର ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପ୍ରତ୍ୟେକ ମାସରେ ଅନ୍ତ୍ୟୋଦୟ ଯୋଜନା ମାଧ୍ୟମରେ ୩୫ କେଜି ଚାଉଳ ଦେବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଅନ୍ତ୍ୟୋଦୟ କାର୍ଡ ରହିଛି, ମାତ୍ର ୫ବର୍ଷରୁ ଊର୍ଦ୍ଧ୍ୱ ହେବ ଗରିବ ହିତାଧିକାରୀ ଜନୈକା ବୃଦ୍ଧା ଚାଉଳ ନ ପାଇବା ଯୋଗାଣ ବିଭାଗର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଗୁଆଳସିଂ ପଞ୍ଚାୟତ ଠାକୁରପାଟଣା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ସ୍ବର୍ଗତ ସନାତନ ନାୟକଙ୍କ ସ୍ତ୍ରୀ ସତ୍ୟଭାମା (୮୫)। ସ୍ବାମୀଙ୍କ ମୃତ୍ୟୁ ପରେ ଦୀର୍ଘବର୍ଷ ହେବ ଆର୍ଥତ୍କ ଦୁରାବସ୍ଥା ମଧ୍ୟ ଦେଇ ନୁଆଣିଆ ଚାଳ ଘରେ ଜୀବନ ବିତାଉଛନ୍ତି। ବର୍ଷାରୁ ରକ୍ଷା ପାଇଁ ପାଲ ଖଣ୍ଡେ ଚାଳ ଉପରେ ପକାଇ ଗୋଟିଏ ବଖରାରେ ପରିବାର ସହ ବୃଦ୍ଧା ସତ୍ୟଭାମା ରହୁଛନ୍ତି। ମାଟି କାନ୍ଥରେ ଫାଟ ସୃଷ୍ଟି ହୋଇଛି। ବାରଣ୍ଡାରେ ରୋଷେଇ କରି ନିଜ ପରିବାର ସହ ସେ ରହୁଛନ୍ତି। ଏଭଳି ଏକ ଗରିବ ପରିବାର ପାଇଁ ସେ ପାଇଥିବା ଅନ୍ତ୍ୟୋଦୟ ଯୋଜନାର କାର୍ଡରୁ ୫ବର୍ଷରୁ ଊର୍ଦ୍ଧ୍ୱ ହେବ ଚାଉଳ ମିଳୁ ନ ଥିବା ନେଇ ବୃଦ୍ଧା ଜଣକ ବ୍ଲକ ଯୋଗାଣ ନିରୀକ୍ଷକ ଓ ଜିଲା ଯୋଗାଣ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଏଯାଏ ତାଙ୍କ ଦୁଃଖ କେହି ଶୁଣୁନାହାନ୍ତି ବୋଲି ସତ୍ୟଭାମା କହିଛନ୍ତି।
ସତ୍ୟଭାମାଙ୍କ ସୂଚନା ଅନୁଯାୟୀ, ଅନ୍ତ୍ୟୋଦୟ କାର୍ଡ ପାଇବା ଦିନଠାରୁ ଦୁଇ ଥର ଚାଉଳ ପାଇବା ପରେ ଗ୍ରାମର ଡିଲର ଭାସ୍କର ନାୟକ ଉକ୍ତ କାର୍ଡଟିକୁ କାଇଦା କରି ନିଜ ପାଖରେ ରଖି ଦେଇଛନ୍ତି। ପ୍ରତିମାସରେ ଡିଲର ଘରକୁ ଯାଇ ଚାଉଳ ନ ପାଇ ବାରମ୍ବାର ନିରାଶ ହୋଇ ଫେରିବା ପରେ ନିଜ ଭାଗ୍ୟକୁ ଆଦରି ସତ୍ୟଭାମା ପଡି ରହିଥିବା କହିଛନ୍ତି। ଦୁମାସ ତଳେ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିଥିବା ୧ ହଜାର ଟଙ୍କା ବ୍ଲକରୁ ଆସିଥିବା ଜନୈକ ଅଧିକାରୀ ଦେଇଥିଲେ। ତାଙ୍କ ଉପସ୍ଥିତିରେ ମୋ କାର୍ଡ କେବେ ଦେବ ବୋଲି ଡିଲରଙ୍କୁ ପଚାରିବାରୁ କାର୍ଡ ମୋ ପାଖରେ ଅଛି ବ୍ୟସ୍ତ ହେବାର ନାହିଁ ବୋଲି ସେ କହିଥିଲେ। ଶେଷରେ ଗ୍ରାମର କେତେଜଣ ବ୍ୟକ୍ତିଙ୍କ ସହାୟତାରେ ନେଟରେ ନିଜ କାର୍ଡ ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରିବାରୁ ମୋ କାର୍ଡରେ ପ୍ରତି ମାସରେ ଆସୁଥିବା ୩୫ କେଜି ଚାଉଳ କେହି ଜଣେ ଟିପ୍‌ ମାରି ହଡପ କରୁଥିବା ଜାଣିବାକୁ ପାଇଲି। ତେବେ ଏହି ଗରିବ ଅସହାୟା ବୃଦ୍ଧାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚତ୍ତ ନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲାପାଳ, ଉପଜିଲାପାଳ, ଜିଲା ଯୋଗାଣ ଅଧିକାରୀ ଓ ଡେରାବିଶ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିବା ସତ୍ୟଭାମା କହିଛନ୍ତି। ଏଯାଏ ଚାଉଳ ମିଳି ନ ଥିବା ବେଳେ ସେହି କାର୍ଡଟି ଗ୍ରାମର ସମ୍ପର୍କୀୟ ଡିଲର ନାୟକଙ୍କ ପାଖରେ ରହିଛି। ଏ ନେଇ ଡିଲର ଭାସ୍କର ନାୟକଙ୍କୁ ପଚାରିବାରେ ସତ୍ୟାଭାମାଙ୍କୁ ବାରମ୍ବାର ଖବର ଦେଲେ ମଧ୍ୟ ସେ ଆସି ଅନ୍ତ୍ୟୋଦୟ ଚାଉଳ ନେଉନାହାନ୍ତି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ପଚାରିବାରୁ ଏହାର ତଦନ୍ତ ହେବା ପରେ ସେ ସମ୍ପର୍କରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri