ଘର ନିର୍ମାଣ ଅନୁମତିରେ ଜାଲିଆତି

ସମ୍ବଲପୁର,୨୩।୮(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଉନ୍ନୟନ ପ୍ରାଧିକରଣ (ଏସ୍‌ଡିଏ) ଅଫିସରେ ଚାଲିଥିବା ଜାଲିଆତିର ପର୍ଦ୍ଦାଫାଶ କରିଛି ପୋଲିସ। ଅଭିଯୁକ୍ତମାନେ ପ୍ଲାନିଂ ଅଫିସରଙ୍କ ଅଜାଣତରେ ତାଙ୍କ ଦସ୍ତଖତ, ଷ୍ଟାମ୍ପ, ଚିଠି ବ୍ୟବହାରକରି ବ୍ୟାଙ୍କ ଋ଼ଣ ଓ ଘର ନିର୍ମାଣ ପାଇଁ ଅନୁମତିପତ୍ର କରୁଥିଲେ। ଖୋଦ ପ୍ଲାନିଂ ଅଫିସରଙ୍କ ଅଭିଯୋଗକ୍ରମେ ପୋଲିସ ତଦନ୍ତକରି ଘଟଣାର ରହସ୍ୟ ଉନ୍ମୋଚନ କରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଏସ୍‌ଡିଏର ସହକାରୀ କିରାଣି ବୁର୍ଲାର ଲକ୍ଷ୍ମୀନାରାୟଣ ସାମଲ (ବୁଲୁ)ଙ୍କ ସମେତ ୫ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅନ୍ୟ ଅଭିଯୁକ୍ତ ହେଲେ ଝାଡୁଆପଡ଼ାର ସୁଧାଂଶୁ କିଶୋର ପତି, ଅଇଁଠାପାଲି ଥାନା କାଇଁସିର ଅଜୟ କୁମାର ବେହେରା, ଚାରମାଳ ଥାନା ବଡ଼ମାଲ ଗ୍ରାମର ବିକାଶ ଜଗତ ଓ ଧନୁପାଲି ଥାନା କୁଲୁତକାନୀର ବାସିନ୍ଦା ତଥା ଏସ୍‌ଡିଏର ମନ୍ଦିର ପୂଜକ ଦାମୋଦର ତ୍ରିପାଠୀ। ଅଭିଯୁକ୍ତମାନଙ୍କ ଆକାଉଣ୍ଟରୁ ୩କୋଟି ୩୧ଲକ୍ଷ ୯୬ହଜାର ୨୨୭ ଟଙ୍କା ଜବତ କରାଯାଇଛି। ଏହାସହ ୨ଟି କାର୍‌, ଗୋଟିଏ ମୋଟରସାଇକେଲ, କମ୍ପ୍ୟୁଟର, ଖତିଆନ, ଷ୍ଟାମ୍ପ ଏବଂ ଘର ଓ ପ୍ଲଟ୍‌ର କାଗଜପତ୍ର ଜବତ ହୋଇଛି। ଏସ୍‌ଡିଏର ପୂଜକଙ୍କ ଆକାଉଣ୍ଟରେ ଅର୍ଥ ନେଣଦେଣ ହେଉଥିବାବେଳେ ବୁଲୁ ମାଷ୍ଟରମାଇଣ୍ଡ ସାଜିଥିଲେ। ଘଟଣାରେ ୫୪ଜଣଙ୍କଠାରୁ ଠକେଇ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ମଙ୍ଗଳବାର ଏସ୍‌ପି ଅଫିସରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି।
ଏସ୍‌ପି ଆହୁରି କହିଥିଲେ, ଏସ୍‌ଡିଏ ପ୍ଲାନିଂ ଅଫିସର ବନ୍ଦିତା ମହାପାତ୍ରଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଜଣାପଡିଥିଲା ଯେ, କର୍ମଚାରୀମାନେ ନକଲି ଅନୁମତିପତ୍ର ଦେଇ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଉଥିଲେ। ପ୍ରତି ଅନୁମତି ପିଛା ୧ଲକ୍ଷରୁ ୪ଲକ୍ଷ ଟଙ୍କା ନେଉଥିଲେ। ଏପରି କି ଜଣେ ବ୍ୟକ୍ତିଙ୍କଠାରୁ ୨୧ ଲକ୍ଷ ଟଙ୍କା ଜମାଖାତାରେ ନେଇଛନ୍ତି। ଆର୍ଥତ୍କବର୍ଷ ୨୦୨୨-୨୩ ମଧ୍ୟରେ ହୋଇଥିବା ଜାଲିଆତିର ତଦନ୍ତ ହୋଇଛି। ଗୃହ ନିର୍ମାଣ ପ୍ଲାନିଂ କରାଇବା ପାଇଁ ଏଭଳି ୫୪ଜଣ ଠକେଇର ଶିକାର ହୋଇଛନ୍ତି। ଅଭିଯୋଗ ସଂଖ୍ୟା ବଢୁଥିବାରୁ ଆଗକୁ ତଦନ୍ତ ଜାରି ରହିବ। ଅଭିଯୁକ୍ତମାନେ ଟଙ୍କା ନେବା ପରେ ବିଭିନ୍ନ ସ୍ଥାନରେ ପ୍ଲଟ କିଣୁଥିଲେ। ଏପରି କି ବିଳାସପୂର୍ଣ୍ଣ ଘର ନିର୍ମାଣାଧୀନ ରହିଛି, ଯାହାକୁ ପୋଲିସ ଠାବ କରିଛି। ୩ଟି ଜମାଖାତା ମଧ୍ୟ ଜବତ ହୋଇଛି। ସେଥିରେ ଯଥାକ୍ରମେ ୪ ଲକ୍ଷ, ୫୩ ଲକ୍ଷ ଓ ୧ କୋଟି ୨୧ ଲକ୍ଷ ଜମା ରହିଛି। ଏସବୁ ଜମାଟଙ୍କା ଜବତ କରାଯାଇଛି। ପୂଜକଙ୍କ ଜମାଖାତାକୁ ଲାଞ୍ଚ ଟଙ୍କା ଯାଉଥିଲା ବୋଲି ଏସ୍‌ପି କହିଥିଲେ।
ସୂଚନାଯୋଗ୍ୟ, ପ୍ଲାନିଂ ଅଫିସର ବନ୍ଦିତା ମହାପାତ୍ର ଅଗଷ୍ଟ ୧୮ରେ ତାଙ୍କ ଅଜାଣତରେ ଗୃହ ନିର୍ମାଣ ପାଇଁ ଅନୁମତି ଦିଆଯାଇଥିବା ଜାଣିବା ପରେ କ୍ଷେତରାଜପୁର ଥାନାରେ ଅଭିଯୋଗ କରିଥିଲେ। ଗୋପାଳପାଲିର ସବିତା ବଘାରଙ୍କ ନାମରେ ଏହି ଅନୁମତି ଦିଆଯାଇଥିଲା। ଗୃହଋ଼ଣ ଦେଉଥିବା ବରେଇପାଲିର ଏକ ବ୍ୟାଙ୍କରୁ ପ୍ଲାନିଂ ଅଫିସରଙ୍କ ପାଖକୁ ଚିଠି ଆସିବା ପରେ ଏହା ଜଣାପଡ଼ିଥିଲା। ଏହି ଘଟଣାର ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ। ଏସ୍‌ଡିଏର ଜଣେ ଅଧିକାରୀ ଅଭିଯୋଗ କରିବା ପରେ ପୋଲିସ ଓ ପ୍ରଶାସନ ତତ୍ପରତା ଦେଖାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri