ପିଡିଏସ୍‌ ଚାଉଳ ଓଜନରେ ଠକେଇ

ରାଉରକେଲା,୫ା୭(ସଙ୍ଗୀତା ଜେନା): ପିଡିଏସ୍‌ ଚାଉଳ ଓଜନରେ ହେରଫେର କରାଯାଉଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିରେ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ ହେଉଛି। କେନ୍ଦ୍ର ସରକାର ଗରିବଙ୍କୁ ମାଗଣାରେ ଚାଉଳ ଯୋଗାଉଥିବା ବେଳେ ଏହାକୁ ରାଜ୍ୟ ସରକାର, ଯୋଗାଣ ଅଧିକାରୀ, ଚାଉଳ ଯୋଗାଣ ଠିକାଦାର, ପରିବହନ ଠିକାଦାର ଆଦି ମିଳିମିଶି ତୋଷରପାତ କରୁଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ରହୁଥିବା ବୁଧବାର ଭାଜପା ରାଜ୍ୟ ପ୍ରବକ୍ତା ଧୀରେନ ସେନାପତି ସେକ୍ଟର-୩ ଭାଜପା କାର୍ଯ୍ୟାଳୟରେ ଆୟୋଜିତ ଖବତଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି।
ଧୀରେନଙ୍କ ସୂଚନା ଅନୁଯାୟୀ, ମିଲର୍ସମାନଙ୍କଠାରୁ ପିଡ଼ିଏସ୍‌ ଚାଉଳ ବୋଝେଇ କରି ୨-୩ ଟ୍ରକ ରାଉରକେଲାକୁ ଆସିଥିଲା ମଙ୍ଗଳବାର। ଉକ୍ତ ଟ୍ରକଗୁଡ଼ିକ ଇଣ୍ଡଷ୍ଟ୍ରିଆଲ ୱେ ବ୍ରିଜ ନାମକ ଏକ ଘରୋଇ ଓଜନ ସଂସ୍ଥାକୁ ଓଜନ ପାଇଁ ଆସିଥିଲା। ଏଥିରେ କେହି ସରକାରୀ କର୍ମଚାରୀ ଉପସ୍ଥିତ ନ ଥିଲେ। ଏ ଘଟଣାକୁ ଖୋଦ୍‌ ସେନାପତି ଦେଖିଥିଲେ। ଟ୍ରକଗୁଡ଼ିକ ମିଲର୍ସରୁ ପ୍ରତ୍ୟକ୍ଷ ଭାବେ ଏଫସିଆଇ ଯିବାର ଅଛି ବୋଲି ସେ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ଯୋଗାଣ ବିଭାଗ ଇନସ୍ପେକ୍ଟରଙ୍କୁ ସେନାପତି ପଚାରିଥିଲେ ହେଲେ ସେ ନୀରବ ରହିଥିଲେ। ପରେ ସପ୍ଲାଇ ଇନସ୍ପେକ୍ଟର ଭାବରେ ପରିଚୟ ଦେଇଥିବା ବ୍ୟକ୍ତିଙ୍କୁ ପଚରାଯିବାରୁ ସେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ତେବେ ଏପରି ଘଟଣାରୁ ମିଲର୍ସ, ଗାଡ଼ିଚାଳକ, ସ୍ଥାନୀୟ ଯୋଗାଣ ବିଭାଗର ମଧୁଚନ୍ଦ୍ରିକା ହୋଇ ହରିଲୁଟ ହେଉଥିବା ସେ କହିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୫-ଟି ସଚିବ ଏବଂ ଜିଲାପାଳ ଏହି ସମ୍ପର୍କରେ ସ୍ପଷ୍ଟ କରନ୍ତୁ ବୋଲି ଖବରଦାତା ସମ୍ମିଳନୀରେ ଦାବି କରାଯାଇଛି। ଖବରଦାତା ସମ୍ମିଳନୀରେ ଭାଜପା ସଭାନେତ୍ରୀ ଲତିକା ପଟ୍ଟନାୟକ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରମିଳା ଦାସ, ନିହାର ରାୟ, ପୂର୍ଣ୍ଣିମା କେର୍କେଟା, ଗଙ୍ଗାଧର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୧୬ ମାଓବାଦୀ ନିହତ

ମାଲକାନଗିରି,୨୯ା୩: ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଛନ୍ତି।-ସୁକ୍‌ମା ଜିଲା ଅପମ୍ପଲି ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ...

ବରଗଡ଼ ଓକିଲ ସଂଘର ନିର୍ବାଚନ: ଚାଲିଛି ମତଦାନ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ଶନିବାର ଚାଲିଛି ବରଗଡ଼ ଜିଲା ଓକିଲ ସଂଘର ନିର୍ବାଚନ। ଏଥିପାଇଁ ସକାଳୁ ମତଦାନ ଆରମ୍ଭ ହୋଇଯାଇଛି। ଏଥର ସଂଘର ସଭାପତି ପଦବୀ ପାଇଁ...

ରାସ୍ତା ତିଆରିକୁ ପୂରିନି ବର୍ଷେ, ଉଠିଗଲାଣି ପିଚୁ,ମେଟାଲ

ନବରଙ୍ଗପୁର,୨୯।୩(ସଦାଶିବ ପ୍ରହରାଜ): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଅତି ନିମ୍ନମାନର ହୋଇଥିବା ନେଇ ଜିଲା ପରିଷଦ ବୈଠକରେ ସଭ୍ୟମାନେ...

ଚିକିତ୍ସା ପାଇଁ ସହାୟତାକୁ ଅପେକ୍ଷା

ବଡ଼ଗାଁ,୨୯।୩(ଅଶୋକ ଷଡ଼ଙ୍ଗୀ): ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ। ହଠାତ୍‌ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଚଳାଇବା କଷ୍ଟକର ହେଉଛି। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ...

୧୨ ଦଫା ଦାବି ନେଇ ଗର୍ଜିଲା ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି

ଦେବଗଡ,୨୯।୩(ଶଶାଙ୍କ ଶେଖର ଝାଙ୍କର):ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି, ଦେବଗଡ, ପାଳଲହଡା ପକ୍ଷରୁ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହେବାସହ ମାନ୍ୟବର ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବଗଡ...

ରାସ୍ତା ପ୍ରଶସ୍ତୀକରଣ ନାଁରେ ଗଛକଟା

ଦେଓଗାଁ,୨୯ା୩(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଭୂତିଆରବାହାଲ ଛକରୁ ଦେଷଣ୍ଡ ଭାୟା ଟିକ୍ରାପଡା ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ୱରେ ରହିଥିବା...

ନାବାଳିକା ବଳାତ୍କାର ମାମଲାରେ ଫରେଷ୍ଟର ଗିରଫ

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା )- ଜଣେ ୧୨ ବର୍ଷୀୟ ନାବାଳିକା ବଳାତ୍କାର ମାମଲାରେ ପଦ୍ମପୁର ଥାନା ପୋଲିସ ଜଣେ କାର୍ଯ୍ୟରତ ଫରେଷ୍ଟରଙ୍କୁ ଗିରଫ କରିଛି। ଗିରଫ...

ଘୁମୁସର ହାଡ଼ିକୁଳ ସମାଜର ସ୍ମାରକପତ୍ର

ଭଞ୍ଜନଗର,୨୮ା୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଘୁମୁସର ତାଲୁକା ହାଡି କୁଳ ସମାଜ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଭଞ୍ଜନଗର ଡେପୁଟି କଲେକ୍ଟର ସୁମନ ଘୋଷଙ୍କୁ ସ୍ମାରକପତ୍ର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image