Advertisement

ଚାକିରି କରାଇଦେବା ନାଁରେ ଠକେଇ, ମହିଳାଙ୍କ ସହ ମେଡିକାଲ କର୍ମଚାରୀ ଗିରଫ

ବାରିପଦା ଅଫିସ, ୩।୨- ଚାକିରି କରାଇଦେବା ଆଳରେ ଜଣେ ମହିଳାଙ୍କ ନିକଟରୁ ୨ଲକ୍ଷ ୧୮ହଜାର ଟଙ୍କା ଠକେଇ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ବାରିପଦା ଟାଉନ ଥାନା ପୋଲିସ ଗୁରୁବାର ଜଣେ ମହିଳାଙ୍କ ସହ ଜଣେ ମେଡିକାଲ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବାରିପଦା ପୌରପାଳିକା ୧୧ ନଂ. ଓ୍ବାର୍ଡ ଢିପାସାହିର ରବି ନାରାୟଣ ସ୍ବାଇଁଙ୍କ ସ୍ତ୍ରୀ ମୀରା(୫୮) ଓ କୋଷ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଟେଣ୍ଡାଣ୍ଟ ଭାବେ କାମ କରୁଥିବା ମୋରଡ଼ା ଥାନା କୋହି ଗ୍ରାମର ମନୋରଞ୍ଜନ ବେହେରା(୫୦)।

ପୋଲିସ ସୂଚନା ମୁତାବକ, ମନୋରଞ୍ଜନଙ୍କ ଝିଆରୀଙ୍କ ସାଙ୍ଗ ରାସଗୋବିନ୍ଦପୁର ଝାଟିଅଡ଼ା ଗ୍ରାମର ନମିତା ବେହେରାଙ୍କୁ ଡାକ୍ତରଖାନାରେ ଚାକିରି କରାଇ ଦେବାକୁ ଅଭିଯୁକ୍ତ ଦ୍ବୟ ପ୍ରତିଶ୍ରୁତି ଦେଇଥିଲେ। ଚଞ୍ଚକତା କରି ଦୁଇଟି ପର୍ଯ୍ୟାୟରେ ନମିତାଙ୍କଠାରୁ ୨ ଲକ୍ଷ ୧୮ହଜାର ଟଙ୍କା ନେଇଥିଲେ। ମାସେ ପରେ ଠକାମୀର ଶିକାର ହୋଇଥିବା ନମିତା ଜାଣି ଟଙ୍କା ଫେରସ୍ତ ଦାବି କରିଥିଲେ। ଶେଷରେ ନିରାଶ ହେବାରୁ ଥାନାର ଦ୍ବାରସ୍ଥ ହୋଇଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଆଇଆଇସି ଅଜୟ ସୁନ୍ଦର ବାଗେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel