ପୁଞ୍ଜିନିବେଶ ନାଁରେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ

କଟକ,୨୬।୧୧: ପୁଞ୍ଜିନିବେଶ ନାଁରେ ଜଣେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ହେଉଛନ୍ତି ଛତିଶଗଡ, ରାୟପୁରର ଅଶ୍ୱିନୀ ପାଲ (୪୧ ବର୍ଷ)। ଅଭିଯୁକ୍ତଙ୍କ ବିରୋଧରେ ପ୍ରାୟ ୨୩ଟି ଠକେଇ ଅଭିଯୋଗ ରହିଛି । ପୋଲିସ ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ, ସିମ୍ କାର୍ଡ, ଆଧାର କାର୍ଡ, ପାନ୍ କାର୍ଡ ଜବତ କରାଯାଇଛି।

ଅଭିଯୋଗ ଅନୁଯାୟୀ, ହ୍ୱାଟସଆପ୍ ଜରିଆରେ ଘରେ ବସି ରୋଜଗାର କରିବାକୁ +୧(୬୭୨)୮୮୮୧୦୦୩ ନମ୍ବରରୁ ଅଭିଯୋଗକାରୀଙ୍କ ନିକଟକୁ ଏକ ମେସେଜ୍ ଆସିଥିଲା। ଏ ସମ୍ପର୍କରେ ସେ ହ୍ୱାଟ୍ସଆପ୍ ଆକାଉଣ୍ଟ ବ୍ୟବହାରକାରୀଙ୍କୁ ପଚାରିଥିଲେ। କେବଳ ୟୁଟ୍ୟୁବ୍ ଆକାଉଣ୍ଟ ସଦସ୍ୟତା ଗ୍ରହଣ କରି ପ୍ରତିବଦଳରେ ତାଙ୍କୁ ୫୦ ଟଙ୍କା ମିଳିବ ବୋଲି ସାଇବର ଠକ ଜଣକ କହିଥିଲେ ।

ଅଧିକ ରୋଜଗାର ବିଷୟରେ ଚିନ୍ତା କରି ସେ ପର୍ଯ୍ୟାୟକ୍ରମେ ସାଇବର ଠକଙ୍କ ନିର୍ଦ୍ଦେଶ ପାଳନ କରିଥିଲେ । ପରେ ଠକମାନେ ତାଙ୍କୁ ଏକ ଟେଲିଗ୍ରାମ ଗ୍ରୁପରେ ଯୋଡ଼ିଵା ସହ ୟୁଟ୍ୟୁବ୍ ଆକାଉଣ୍ଟର ସଦସ୍ୟତା ଗ୍ରହଣର ସ୍କ୍ରିନ୍ ସଟ୍ ସେୟାର କରିବାକୁ ନିର୍ଦେଶ ଦେଇଥିଲେ।

ଏହାପରେ ଅନ୍ୟ ଜଣେ ଠକ ତାଙ୍କୁ ନିବେଶ ଯୋଜନାରେ ଟଙ୍କା ଜମା କରି ଏହି ପ୍ଲାଟଫର୍ମରେ ଅଧିକ ଟଙ୍କା ରୋଜଗାର କରିପାରିବେ ବୋଲି ପ୍ରବର୍ତ୍ତାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ସାଇବର ଠକମାନେ ତାଙ୍କୁ ୧୨,୬୦୦/- ଏବଂ ୧୫୫୦/- ଟଙ୍କା ମଧ୍ୟ ଫେରସ୍ତ କରିଥିଲେ । ଯାହା ଦ୍ୱାରା ଅଭିଯୋଗକାରୀ ଜଣକ ଠକ ମାନଙ୍କୁ ବିଶ୍ୱାସ କରିବା ଆରମ୍ଭ କଲେ। ପରେ ସାଇବର ଠକଙ୍କ ନିର୍ଦ୍ଦେଶକ୍ରମେ ସେ ୮ଟି କାରବାରରେ ନିଜ ଆକାଉଣ୍ଟରୁ ଚାରିଟି ଭିନ୍ନ ଭିନ୍ନ ଆକାଉଣ୍ଟରେ ୧୯,୮୪,୦00- ଟଙ୍କା ଜମା କରିଥିଲେ। କେବଳ ସେତିକିରେ କଥା ସରି ନ ଥିଲା।

ଅଭିଯୋଗକାରୀଙ୍କୁ ଟ୍ରେଡିଂ ଏବଂ ଭଲ ରିଟର୍ଣ୍ଣ ପାଇଁ ବିଟ୍ କଏନ୍ କିଣିବା ପାଇଁ http://viacom1.com ଉପରେ ଗୋଟିଏ ଆକାଉଣ୍ଟ ଖୋଲିବାକୁ ମଧ୍ୟ ଅନୁରୋଧ କରିଥିଲେ। ବିପୁଳ ପରିମାଣର ଟଙ୍କା ଜମା କରିବା ସତ୍ତ୍ୱେ ଠକମାନେ ତାଙ୍କ ୱାଲେଟ ଜରିଆରେ ଟଙ୍କା ଉଠାଇବାକୁ ଦେଇନଥିଲେ ବରଂ ଆୟକର ମଞ୍ଜୁରୀ ପାଇଁ ମଧ୍ୟ ବିପୁଳ ଟଙ୍କା ମାଗିଥିଲେ।

ଶେଷରେ ଅଭିଯୋଗକାରୀ ହତାଶ ହୋଇ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଅଶ୍ୱିନୀ ପାଲକୁ ଗିରଫ କରିଛି।

ଅଭିଯୁକ୍ତ ଅଶ୍ୱିନୀ ଛତିଶଗଡ଼ର ମୋୱାସ୍ଥିତ ପାଣ୍ଡ୍ରିଠାରେ ଏକ ମେଡିସିନ୍ ଷ୍ଟୋର ଚଳାଉଥିଲେ ଏବଂ ଜଣେ ବ୍ୟକ୍ତିଙ୍କ ପ୍ରଭାବରେ ମହାମାୟା ମେଡ଼ିକାଲ ଷ୍ଟୋର ନାମରେ ଏକ ଆକାଉଣ୍ଟ ତିଆରି କରି ସାରା ଦେଶରେ ବିଭିନ୍ନ ପୀଡ଼ିତାଙ୍କଠାରୁ ଟଙ୍କା ପାଇବା ପାଇଁ ବ୍ୟବହାର କରଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାର ଯାଉଥିଲେ ଦମ୍ପତି: ରାସ୍ତାରେ ଜଳିଗଲା ବାଇକ

ବାସୁଦେବପୁର,୧୨।୪: ଭଦ୍ରକ ଜିଲା ଧାମରା ବସ୍‌ ଷ୍ଟାଣ୍ଡ ନିକଟରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସ୍ତ୍ରୀ-ସ୍ବାମୀ ଏକ ବାଇକ୍‌ ଯୋଗେ କୌଣସି କାମରେ...

Modi Cabinet Reshuffle : ଖୁବଶୀଘ୍ର ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ: ମୁସଲିମ ଚେହେରାକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୨।୪: ବର୍ତ୍ତମାନ, ଭାରତରେ ୱକଫ ସଂଶୋଧନ ଆଇନ 2025 ଏବଂ ମୁସଲିମ ସମ୍ପ୍ରଦାୟ ସହିତ ଜଡିତ ବିଭିନ୍ନ ଆଲୋଚନାକୁ ନେଇ ରାଜନୀତି ସରଗରମ ରହିଛି। ଏହି...

୧୯ରେ ବିଜେଡି ସଭାପତି  ନିର୍ବାଚନ: ୩ ବରିଷ୍ଠ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୧୨।୪: ଆସନ୍ତା ୧୯ରେ ବିଜେଡି ସଭାପତି  ନିର୍ବାଚନ ହେବ ଏଥର ନୂଆ ଢାଞ୍ଚାରେ ସଂଗଠନ ଗଢ଼ିବ ବିଜେଡି । ପୁଣି ନବୀନ ସଭାପତି ନିର୍ବାଚିତ ହେବେ...

ଅଭାବନୀୟ: ବାପାଙ୍କୁ ହାଣିଲା ନାବାଳକ ପୁଅ, କଟକ ସ୍ଥାନାନ୍ତର ହେଲେ…

ବାଲେଶ୍ୱର, ୧୨।୪(ବାଞ୍ଛାନିଧି ଦେ): ପାରିବାରିକ କଳହରୁ ପରିବାର ମଧ୍ୟରେ ବୁଲିଲା ତେଲେଙ୍ଗା କଟୁରି । ବାପାଙ୍କୁ ହାଣିଲା ନାବାଳକ ପୁଅ । ଏଭଳି ଅଭାବନୀୟ ଘଟଣା...

ପ୍ରଥମଥର ରାଷ୍ଟ୍ରପତିଙ୍କୁ ଏମିତି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ: ୩ ମାସରେ ନିର୍ଣ୍ଣୟ ନିଅ

ନୂଆଦିଲ୍ଲୀ,୧୨।୪: ରାଜ୍ୟପାଳମାନଙ୍କ ଦ୍ୱାରା ପଠାଯାଇଥିବା ବିଲ ଉପରେ ତିନି ମାସ ମଧ୍ୟରେ ନିଷ୍ପତ୍ତି ନିଆଯିବା ଉଚିତ ବୋଲି ପ୍ରଥମଥର ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହାଣିଲେ, ରାସ୍ତାରେ ପଡ଼ିଛି ରକ୍ତାକ୍ତ ମୃତଦେହ

ବଲାଙ୍ଗିର,୧୨।୪(ସୁନୀଲ କୁମାର ମହାନ୍ତି): ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା। ବଲାଙ୍ଗୀର ଜିଲା ଚିମିନିଭାଟି ପଡ଼ା ପ୍ରାଥମିକ ସ୍କୁଲ ନିକଟ ଜନଗହଳି ରାସ୍ତାରେ...

ଗୋଟିଏ ଗାଡ଼ିକୁ ପିଛା କରୁଥିଲା ପାଟ୍ରୋଲିଂ ଗାଡ଼ି: ଆଗ ଗାଡ଼ିରୁ ଅବକାରୀ ଗାଡ଼ିକୁ ହେଲା ଗୁଳିମାଡ଼ , ପରେ ଫିଲ୍ମ ଷ୍ଟାଇଲରେ…

ସୁନ୍ଦରଗଡ,୧୨।୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ମଶାବିରା ରାସ୍ତାରେ ଶନିବାର ସକାଳେ ଅବକାରୀ ବିଭାଗର ଗାଡି ଉପରକୁ ଗୁଳି ମାଡ ହୋଇଛି।...

ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ତାରାତାରିଣୀ: ଅଧରପଣା ପରେ  ସନ୍ତୁଷ୍ଟ ହୋଇ  ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୧୨।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ  ପୀଠରେ ଦୀର୍ଘ ଏକମାସ ଧରି  ମହାଆଡମ୍ବରରେ ଅନୁଷ୍ଠିତ ହୋଇଆସୁଥିବା ଚୈତ୍ରପର୍ବ ଶନିବାର ପବିତ୍ର ପୂର୍ଣ୍ଣମୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image