ଗ୍ରୁପଋଣ ନାଁରେ କୋଟିଏ ଟଙ୍କା ଠକେଇ

ଲୋଇସିଂହା,୨୯।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଯୋଗୀସର୍ଡା ଗ୍ରାମରେ ଗ୍ରୁପ ଋଣ ନାଁରେ ଠକେଇ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଏକ ସପ୍ତାହ ବିତି ଗଲାଣି। ହେଲେ ଅଭିଯୋଗକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଅପରପକ୍ଷେ ଅର୍ଥଲଗାଣ କାରୀ ସଂସ୍ଥା କର୍ମଚାରୀ ମହିଳାଙ୍କୁ ଟଙ୍କା ପରିଶୋଧ କରିବାକୁ ବାଧ୍ୟ କରୁଛନ୍ତି। ଠକେଇର ଶିକାର ମହିଳା ଗୁରୁବାର ପୁଣି ଥରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଅଭିଯୋଗ ଅନୁଯାୟୀ ଗୋଟିଏ ପରିବାର ମା’ଝିଅ ଗ୍ରାମର ଅନେକ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ନାମରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥା ଓ କେତେକ ବ୍ୟାଙ୍କରୁ ଟଙ୍କା ଉଠାଇଛନ୍ତି। ଦସ୍ତାବିଜ ଦେଇଥିବା ମହିଳାଙ୍କୁ ଉଠାଣ ଟଙ୍କାରୁ କିଛି ଟଙ୍କା ଦେଇ ବଡଅଂଶ ସଂପୃକ୍ତ ମା’ଝିଅ କୁଆଡେ ରଖୁଥିଲେ ା ମହିଳାଙ୍କ ନାମରେ ଉଠାଯାଇଥିବା ଟଙ୍କାର ମାସିକ ଏବଂ ସାପ୍ତାହିକ କିସ୍ତି କୁଆଡେ ମା’ଝିଅ ପରିଶୋଧ କରି ଆସୁଥିଲେ ା ଏପରିକି କେତେଜଣଙ୍କ କାଗଜପତ୍ର ଜାଲିଆତି କରି ଟଙ୍କା ଉଠାଇଛନ୍ତି।

ଗତ କିଛି ମାସ ହେଲା ସମ୍ପୃକ୍ତ ମା’ଝିଅ ଅର୍ଥଲଗାଣକାରୀ ସଂସ୍ଥା ଏବଂ ବ୍ୟାଙ୍କକୁ ଟଙ୍କା ପରିଶୋଧ କରୁନାହାନ୍ତି। ଯେଉଁ ମହିଳାଙ୍କ ନାମରେ ଟଙ୍କା ଉଠାଣ ହୋଇଛି ସେମାନଙ୍କ ଘରକୁ ଯାଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ଟଙ୍କା ଶୁୁଝିବାକୁ କହୁଛନ୍ତି। ଦୁଇ ସପ୍ତାହରୁ ଅଧିକ ସମୟ ହେଲା ଗାଁରେ ଏହାକୁ ନେଇ ଅସ୍ବଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଏହାପରେ ସମ୍ପୃକ୍ତ ମା’ ଓ ଝିଅ ଗାଁରୁ ଫେରାର ହୋଇଯାଇଛନ୍ତି। ଠକେଇର ଶିକାର ମହିଳାମାନେ ଲୋଇସିଂହା ଥାନରେ ଫେରାଦ ହୋଇ ଅଭିଯୁକ୍ତଙ୍କୁ ଧରିବାକୁ ଦାବି କରିଛନ୍ତି। ଅଭିଯୋଗ ଅନୁଯାୟୀ ୯୯ମହିଳାଙ୍କ ନାମରେ ୧ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଛି।

Share