ଟାଇଗର ରିଜର୍ଭର ଅନଲାଇନ ବୁକିଂରେ ୧୨କୋଟି ଟଙ୍କା ଠକେଇ

ମୁମ୍ବାଇ,୧୯।୮: ମହାରାଷ୍ଟ୍ରର ତାଡୋବା-ଅନ୍ଧାରି ଟାଇଗର ରିଜର୍ଭର ଅନଲାଇନ ବୁକିଂରେ ୧୨କୋଟି ଟଙ୍କା ଠକେଇ ହୋଇଛି। ପୋଲିସର ସୂଚନାନୁସାରେ, ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ତାଡୋବା ଅନ୍ଧାରି ଟାଇଗର ରିଜର୍ଭ (ଟିଏଟିଆର)ର ଅନଲାଇନ ବୁକିଂ ପାଇଁ ଚୁକ୍ତିନାମା ପାଇଥିବା ଦୁଇ ଭାଇଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପୋଲିସ କହିଛି ଯେ ଅଭିଯୁକ୍ତ ଅଭିଷେକ ବିନୋଦ କୁମାର ଠାକୁର ଏବଂ ରୋହିତ ବିନୋଦ କୁମାର ଠାକୁର ଚନ୍ଦ୍ରପୁର ସହରର ବାସିନ୍ଦା ଏବଂ ସେମାନଙ୍କ ବିରୋଧରେ ରାମନଗର ପୋଲିସ ଷ୍ଟେସନରେ ଠକେଇ ମାମଲା ରୁଜୁ ହୋଇଛି। ଜିଲା ପୋଲିସ ଅଧୀକ୍ଷକ (ଏସପି) କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ବିଭାଗୀୟ ବନ ଅଧିକାରୀ ସଚିନ ସିନ୍ଦେ ଉଭୟଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଉଭୟଙ୍କୁ ଚନ୍ଦ୍ରପୁର ୱାଇଲ୍ଡ କନେକ୍ଟିଭିଟି ସଲ୍ୟୁସନକୁ ଅନଲାଇନ ବୁକିଂର କାମ ଦିଆଯାଇଥିଲା ।

ପୋଲିସ କହିଛି, ଅଭିଯୁକ୍ତ ଚୁକ୍ତିନାମାର ସର୍ତ୍ତାବଳୀ ଉଲ୍ଲଂଘନ କରିଛି ଏବଂ ବୁକିଂର ଅର୍ଥ ହଡପ କରିଛି। ପୋଲିସ କହିଛି ଯେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୨୦ ଓ ୪୦୬ (ଅପରାଧର ଉଲ୍ଲଂଘନ) ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାକୁମ୍ଭ: ପ୍ରଥମ ଅମୃତ ସ୍ନାନରେ ଅସମ୍ଭାଳ ଭିଡ଼, ୩.୫୦ କୋଟିରୁ ଉର୍ଦ୍ଧ ଶ୍ରଦ୍ଧାଳୁ ପକାଇଲେ ବୁଡ଼

ନୂଆଦିଲ୍ଲୀ,୧୪।୧: ପ୍ରୟାଜରଜ ମହାକୁମ୍ଭ ୨୦୨୫ ରେ ମକର ସଂକ୍ରାନ୍ତି ଅବସରରେ ପ୍ରଥମ ଅମୃତ ସ୍ନାନ ପର୍ବ ଉପଲକ୍ଷେ ତ୍ରିବେଣୀ ଘାଟରେ ସ୍ନାନ ପାଇଁ ଭକ୍ତଙ୍କ ସୁଅ...

ଭାଙ୍ଗିଲା ଇଣ୍ଡିଆ ମେଣ୍ଟ! ରାହୁଲ କହିଲେ…

ଦିଲ୍ଲୀ ବିଧାନସଭା ର୍ନିବାଚନ ପୂର୍ବରୁ, କଂଗ୍ରେସ ଦଳ ଆମ ଆଦମୀ ପାର୍ଟି ଉପରେ ଆକ୍ରମଣକୁ ତୀବ୍ର କରିଛି। ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଏପି...

Paytm ର ବଡ଼ ଘୋଷଣା, କ୍ରେଡିଟ୍‌ କାର୍ଡରୁ କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ,୧୪।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ସମୟରେ, ଡିଜିଟାଲ ପେମେଣ୍ଟକୁ ସହଜ କରିବା ପାଇଁ Paytm ଏକ ନୂଆ ସାଉଣ୍ଡବକ୍ସ ଏବଂ QR କୋଡ ସିଷ୍ଟମ...

ବିବାହିତ ହୋଇପାରିବେ କି ନାଗାସାଧୁ? ସାଧୁ ହେବାକୁ ଦେବାକୁ ପଡେ ଅଗ୍ନି ପରୀକ୍ଷା

ଆଜି ପ୍ରୟାଗରାଜରେ ମହାକୁମ୍ଭର ଦ୍ୱିତୀୟ ଦିନ। ସଙ୍ଗମ କୂଳ ନିକଟରେ ଏବେ କୋଟି କୋଟି ଲୋକଙ୍କ ଗଙ୍ଗା ସ୍ନାନ କରିବା ପାଇଁ ଦେଶର ପ୍ରତ୍ୟେକ କୋଣରୁ...

ପରମାଣୁ ଶକ୍ତି ଦିଗରେ ଭାରତ ନେଲା ବଡ଼ ପଦକ୍ଷେପ: ଟେନ୍‌ସନ୍‌ରେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୧୪।୧: କେନ୍ଦ୍ର ସରକାର ପରମାଣୁ ଶକ୍ତି ଆୟୋଗ (ଏଇସି) ପୁନଃଗଠନ କରିଛନ୍ତି। ଏଥିରେ ଟିଭି ସୋମନାଥନ ଏବଂ ମନୋଜ ଗୋଏଲ ଅଛନ୍ତି। ଦୁହେଁ କ୍ୟାବିନେଟ ସଚିବ...

ଭାଜପା ଉପରେ ବଡ଼ ଅଭିଯୋଗ ଆଣିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୪।୧: ଆମ ଆଦମୀ ପାର୍ଟି (ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ତତଶ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ପୁଣି ଥରେ ଭାଜପା ଉପରେ ବର୍ଷିଛନ୍ତି...

ହଠାତ୍‌ କାହିଁକି ଭାଜପାକୁ ମନେ ପକାଇଲେ ସଞ୍ଜୟ, କଂଗ୍ରେସକୁ ଦେଲେ ଉପଦେଶ

ନୂଆଦିଲ୍ଲୀ,୧୪।୧: ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ସ୍ବଦେଶୀ ମେଣ୍ଟ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଯଦିଓ ଏହା ଲୋକ...

ଇଣ୍ଡିଆ ମେଣ୍ଟକୁ ନେଇ ସ୍ପଷ୍ଟ କଲେ ଶରଦ ପାଓ୍ବାର, କହିଦେଲେ ବଡ଼ କଥା…

ମୁମ୍ବାଇ,୧୪।୧: ଏନସିପି ଶରଦ ଗୋଷ୍ଠୀର ନେତା ଶରଦ ପାୱାର କହିଛନ୍ତି ଯେ ଇଣ୍ଡିଆ ମେଣ୍ଟରେ ରାଜ୍ୟ ଏବଂ ସ୍ଥାନୀୟ ନିର୍ବାଚନ ବିଷୟରେ କେବେ ଆଲୋଚନା ହୋଇନଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri