ମହିଳାଙ୍କ ଆକାଉଣ୍ଟରୁ ଅଢ଼େଇ ଲକ୍ଷ ଟଙ୍କା ହଡ଼ପ

ହିଞ୍ଜିଳିକାଟୁ, ୧୩।୮(ଦ୍ବିତୀକୃଷ୍ଣ ପଣ୍ଡା): ଜଣେ ମହିଳାଙ୍କ ଆକାଉଣ୍ଟରୁ ୨ଟି କିସ୍ତିରେ ୨ ଲକ୍ଷ ୪୪ ହଜାର ଟଙ୍କା ହଡ଼ପ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ମହିଳା ଜଣକ ନୟାଗଡ଼ ଜିଲା ଓଡଗାଁ ଅଞ୍ଚଳର ବବିତା ସାହୁ। ସେ ହିଞ୍ଜିଳିକାଟୁରେ ଏକ ପ୍ରାଇଭେଟ ଫାଇନାନ୍ସ କମ୍ପାନୀରେ ଏରିଆ ମ୍ୟାନେଜର ଭାବେ କାମ କରୁଛନ୍ତି।

ମିଳିଥିବା ସୂଚନା ମୁତାବକ, ବବିତାଙ୍କ ମୋବାଇଲ ଫୋନକୁ ଗତ ୮ ତାରିଖରେ ଏକ କଲ୍‌ ଆସିଥିଲା। ଯେଉଁଥିରେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ବିଭାଗରୁ କହୁଥିବା କହି ବ୍ୟକ୍ତି ଜଣକ ମହିଳାଙ୍କ କ୍ରେଡିଟ କାର୍ଡ ଆକାଉଣ୍ଟର ନୂତନ ନିୟମ ଓ କାର୍ଯ୍ୟକାରୀ ସମ୍ବନ୍ଧରେ କହିଥିଲେ। ତଦନୁଯାୟୀ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସହଯୋଗ କରିଥିଲେ। ତେବେ ଗତ ୮ ତାରିଖରେ ମହିଳାଙ୍କ କ୍ରେଡିଟକାର୍ଡ ଆକାଉଣ୍ଟରୁ ୯୯୨୭୨ ଟଙ୍କା ଓ ୯ ତାରିଖରେ ୧,୪୪,୮୫୬ ଟଙ୍କା କଟିଯାଇଥିଲା। ଏହି ସମ୍ପର୍କରେ ଜାଣିବା ପରେ ମହିଳା ଜଣକ ହିଞ୍ଜିଳିକାଟୁ ବ୍ୟାଙ୍କରେ ଜଣାଇଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଅନ୍‌ଲାଇନ ଠକାମିର ଶିକାର ହୋଇଥିବା ଜଣାଇଥିଲେ। ଠକାମିର ଶିକାର ପରେ ମହିଳା ଜଣକ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୫୯୨/୨୩) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share