ଚାକିରି ଦେବାକୁ କହି ଠକେଇ: ୫ ଗିରଫ

ଦାମନଯୋଡି,୪ା୪(ଡି.ଏନ.ଏ.): ନାଲକୋ ଠିକାଦାରଙ୍କ ଅଧୀନରେ ଚାକିରି ଦେବାକୁ କହି ଠକେଇ କରିବା ଅଭିଯୋଗରେ ୫ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଭୁବନେଶ୍ୱରର ଅରୋଶ୍ରୀ ସ୍କିଲ ଡେଭଲପମେଣ୍ଟ ସେଣ୍ଟରର ସନ୍ତୋଷ ବରାଡ, ରାୟଗଡ଼ାର ସୁଧୀର ଚୌଧୁରୀ, ସୁନୀଲ ଚୌଧୁରୀ, ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର କମଳ ମହାନ୍ତି ଓ ଯାଜପୁର ଜିଲା ବରି ଥାନା ବାଲିବିଲ ଗ୍ରାମର ଅଭିମନ୍ୟୁ ମିଶ୍ର। ଏମାନେ ୩୦ ଜଣ ପିଲାଙ୍କଠାରୁ ୩୦ରୁ୪୦ ହଜାର ଟଙ୍କା ଠକି ନେଇଥିବା ସୁନାବେଡ଼ା ଏସ୍‌ଡିପିଓ ମନୋଜ ବେହେରା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।
ଖବରରୁ ଜଣାପଡିଛି ଭୁବନେଶ୍ୱରର ଅରୋଶ୍ରୀ ସ୍କିଲ ଡେଭଲପମେଣ୍ଟ ସେଣ୍ଟରର ଏମ୍‌ଡି ରୂପେ କାର୍ଯ୍ୟ କରୁଥିବା ସନ୍ତୋଷ ବରାଡ ରାୟଗଡ଼ାର ସୁଧୀର ଚୌଧୁରୀଙ୍କ ମାଧ୍ୟମରେ ଠକେଇ କାରବାର କରୁଥିଲେ। ସୁଧୀରଙ୍କ ପୁଅ ସୁନୀଲ ଚୌଧୁରୀ, ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର କମଳ ମହାନ୍ତି ଓ ଯାଜପୁର ଜିଲା ବରି ଥାନା ବାଲିବିଲ ଗ୍ରାମର ଅଭିମନ୍ୟୁ ମିଶ୍ର ଏହି ର଼୍ୟାକେଟରେ ସମ୍ପୃକ୍ତ ଅଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ସେମିଳିଗୁଡାରୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨୧ ହଜାର ଟଙ୍କା ସହିତ ଜାଲ୍‌ ନିଯୁକ୍ତିପତ୍ର ଓ ଜାଲ୍‌ ନାଲକୋ ଗେଟ୍‌ ପାସ, ଜିନ୍ଦଲ, ହାଲ୍‌ ଓ ନାଲ୍‌କୋ ଭଳି ବିଭିନ୍ନ କମ୍ପାନୀ ନାମରେ ୧୭ଟି ଷ୍ଟାମ୍ପ (ସିଲ), ଲାପଟପ୍‌, ଡେସ୍କଟପ, କଲର ପ୍ରିଣ୍ଟର, ହାର୍ଡ ଡିସ୍କ, ବ୍ୟାନର ପ୍ରଭୃତି ଜବତ କରାଯାଇଛି।
ସୂଚନାଯୋଗ୍ୟ, ଗତ ୧ ତାରିଖରେ ସେମିଳିଗୁଡାର ଏକ ହୋଟେଲକୁ ପୂର୍ବରୁ ଟଙ୍କା ଦେଇଥିବା ପିଲାଙ୍କୁ ଅଭିଯୁକ୍ତମାନେ ଡକାଇଥିଲେ। କିଛି ପିଲାଙ୍କୁ ଜାଲ ନିଯୁକ୍ତିପତ୍ର ଓ ଗେଟ୍‌ପାସ ଦେଇଥିଲେ। ତେବେ କୌଣସି ସୂତ୍ରରୁ ଏ ବିଷୟରେ ନାଲ୍‌କୋ ଅଧିକାରୀ ଜାଣିପାରି ଦାମନଯୋଡି ଥାନାରେ ଏତଲା ଦେଇଥିଲେ। ଏସ୍‌ଡିପିଓଙ୍କ ନିର୍ଦ୍ଦେଶରେ ଦାମନଯୋଡି, ସୁନାବେଡ଼ା ଓ ସେମିଳିଗୁଡା ଥାନା ଅଧିକାରୀଙ୍କୁ ନେଇ ଏକ ତଦନ୍ତ ଟିମ୍‌ ଗଠନ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri