Categories: ଫୁରସତ

ପୂରା ଜୀବନ ମାଗଣାରେ ଖାଇପାରିବେ କୋଲ୍ଡ ଡ୍ରିଙ୍କ୍‌, ବର୍ଗର

ୱାଶିଂଟନ: ସମସ୍ତଙ୍କ ଖାଦ୍ୟର ପସନ୍ଦ ଅଲଗା ଅଲଗା ହୋଇଥାଏ। କେହି ଘର ଖାଦ୍ୟକୁ ପସନ୍ଦ କରୁଥିବାବେଳେ ଆଉ କିଛି ବାହାର ଖାଦ୍ୟ ପସନ୍ଦ କରନ୍ତି। ତେବେ କୋଲ୍ଡ ଡ୍ରିଙ୍କ୍‌ ଏବଂ ବର୍ଗର ଭଳି ଖାଦ୍ୟକୁ ପସନ୍ଦ କରୁଥିବା ଲୋକେ ଏବେ ତାହା ପୂରା ଜୀବନ ଖାଇ ପାରିବେ। ସେଥିପାଇଁ କୌଣସି ଟଙ୍କା ମଧ୍ୟ ସେମାନଙ୍କୁ ଦେବାକୁ ପଡ଼ିବନି। ଆମେରିକାର ‘ସବ୍‌ୱେ’ କମ୍ପାନୀ ତା’ ଗ୍ରାହକଙ୍କ ପାଇଁ ଏପରି ଏକ ଅଫର ଆଣିଛି। ଏଥିପାଇଁ କମ୍ପାନୀର କିଛି ସର୍ତ୍ତ ପୂରଣ କରିବାକୁ ହେବ। ଫଳରେ ଗ୍ରାହକଙ୍କୁ ପୂରା ଜୀବନ କୋଲ୍ଡ ଡ୍ରିଙ୍କ୍‌ ଏବଂ ବର୍ଗର ମାଗଣାରେ ଖାଇବାର ସୁଯୋଗ ମିଳିବ। ଏହି ଅଫର ଅଗଷ୍ଟ ୧ରୁ ୪ ତାରିଖ ରାତି ପର୍ଯ୍ୟନ୍ତ ରହିବ। କମ୍ପାନୀ ଏକ ପ୍ରତିଯୋଗିତା ରଖିଛି; ଯେଉଁଥିରେ ଗ୍ରାହକଙ୍କୁ ତାଙ୍କ ନାମ ବଦଳାଇ ‘ସବ୍‌ୱେ’ ରଖିବାକୁ ପଡ଼ିବ। ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ପ୍ରତିଯୋଗୀଙ୍କୁ SubwayNameChange.comରେ ଅଗଷ୍ଟ ୧ ସକାଳ ୯ଟାରୁ ୪ ତାରିଖ ରାତି ୧୨ଟା ପୂର୍ବରୁ ସାଇନ ଇନ୍‌ କରିବାକୁ ହେବ। ୱେବ୍‌ସାଇଟ୍‌ ମୁତାବକ, ୭ ଅଗଷ୍ଟରେ ଏକ ସମ୍ଭାବିତ ବିଜେତା ଚୟନ କରାଯିବ। ବିଜେତାଙ୍କୁ ୫୦ ହଜାର ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୪୧ ଲକ୍ଷ ୧୩ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଗିଫ୍ଟ କାର୍ଡରେ ଦିଆଯିବ; ଯାହାର ଜୀବନଯାକ ଭ୍ୟାଲିଡିଟି ରହିବ। ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ପ୍ରତିଯୋଗୀଙ୍କ ବୟସ ୧୮ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ। ନାମ ବଦଳାଇଥିବା ବିଜେତାଙ୍କୁ କମ୍ପାନୀ ବୈଧ ଟଙ୍କା ହିସାବରେ ୬୧ ହଜାର ଟଙ୍କା ଦେବ। ନିଜ ନାମ ବଦଳାଇବାକୁ ଥିବା ପ୍ରତିଯୋଗୀଙ୍କୁ ୪ ମାସ ମଧ୍ୟରେ ତାଙ୍କ ନାମ ସାର୍ଟିଫିକେଟ୍‌ କମ୍ପାନୀକୁ ଦେଖାଇବାକୁ ପଡ଼ିବ।

Share