୧୮ରୁ ୨୫ ବର୍ଷ ବୟସ୍କ ଯୁବବର୍ଗଙ୍କୁ ମିଳିବ ମାଗଣା କଣ୍ଡୋମ, ରାଷ୍ଟ୍ରପତି ମାକ୍ରୋନଙ୍କ ନିଷ୍ପତି…

ପ୍ୟାରିସ,୧୨।୧୨ : ଫ୍ରାନ୍ସ ସରକାର ୧୮ରୁ ୨୫ ବର୍ଷ ବୟସ୍କ ଯୁବବର୍ଗଙ୍କୁ ମାଗଣାରେ କଣ୍ଡୋମ ଯୋଗାଇବେ। ଏହାର ଉଦ୍ଦେଶ୍ୟ ହେଉଛି ଅବାଞ୍ଛିତ ଗର୍ଭଧାରଣ ଘଟଣାକୁ ହ୍ରାସ କରିବା। ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏହା ଘୋଷଣା କରି କହିଛନ୍ତି ଯେ ଗର୍ଭନିରୋଧକ ଦିଗରେ ଏହା ଏକ ଛୋଟ ବିପ୍ଳବ।

ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଷ୍ଟ୍ରପତି ମାକ୍ରୋନ କହିଛନ୍ତି ଯେ ତାଙ୍କ ସରକାର ୧୮ରୁ ୨୫ବର୍ଷର ଯୁବବର୍ଗମାନଙ୍କ ପାଇଁ ମେଡିକାଲ ଦୋକାନରେ ମାଗଣା କଣ୍ଡୋମ ଯୋଗାଇବେ। ଚଳିତ ବର୍ଷ ମାକ୍ରୋନ ସରକାର୨୫ ବର୍ଷରୁ କମ ମହିଳାଙ୍କୁ ମାଗଣା କଣ୍ଡୋମ ଯୋଗାଇବା ପାଇଁ ଏକ ଯୋଜନା ଆରମ୍ଭ କରିଥିଲେ। ବର୍ତ୍ତମାନ ସରକାର ସମସ୍ତ ଯୁବକଙ୍କୁ ମାଗଣା କଣ୍ଡୋମ ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସ୍ବାସ୍ଥ୍ୟ ଅଧିକାରୀ ଆକଳନ କରିଛନ୍ତି ଯେ ୨୦୨୦ ଏବଂ ୨୦୨୧ ମସିହାରେ ଫ୍ରାନ୍ସରେ ଯୌନ ସମ୍ବନ୍ଧୀୟ ରୋଗ ହାର ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି। ଫ୍ରାନ୍ସରେ ଏଡସ ଏବଂ ଅନ୍ୟାନ୍ୟ ଯୌନ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଜାତୀୟ ସ୍ବାସ୍ଥ୍ୟ ବ୍ୟବସ୍ଥା ଅନ୍ତର୍ଗତ କଣ୍ଡୋମ ଯୋଗାଣ ଜାରି ରହିଛି।

Share