୪୧ ସହରରେ ହେବ କରୋନା ଔଷଧର ଫ୍ରି ଡେଲିଭରୀ…

ନୂଆଦିଲ୍ଲୀ, ୨୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ଡକ୍ଟର ରେଡ୍ଡୀ ଲାବୋରେଟୋରୀ ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଔଷଧ ଆଭିଗନର ଭାରତରେ ବିକ୍ରି ଲାଗି ଅନୁମତି ମିଳିଛି। ଏହାକୁ ଦେଶର ୪୧ ସହରରେ କମ୍ପାନୀ ପକ୍ଷରୁ ଲୋକଙ୍କ ଘରେ ଫ୍ରି ଡେଲିଭରୀ କରାଯିବ ବୋଲି ଘୋଷଣା କରାଯାଇଛି। ନିଶୁଳ୍କ ନମ୍ବରକୁ କଲ୍‌ କଲେ ଗ୍ରାହକଙ୍କୁ ଏହା ଯୋଗାଇ ଦିଆଯିବ। ଆଭିଗନର ୨୦୦ ମିଲିଗ୍ରାମ୍‌ର ୧୨୨ଟି ଟ୍ୟାବଲେଟ୍‌ ଥିବା ପ୍ଲାଷ୍ଟିକ୍‌ ବୋତଲ ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ଆଭିଗନ୍‌ର ପ୍ରତି ଟ୍ୟାବଲେଟ୍‌ ଦାମ ୯୯ ଟଙ୍କା ରହିଛି। ସମ୍ପୂର୍ଣ୍ଣ କୋର୍ସର ଦାମ ୧୨ ହଜାର ଟଙ୍କା ପାଖାପାଖି ରହିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଭାରତୀୟ ବଜାରରେ ୩୩ ଟଙ୍କାରୁ ଆରମ୍ଭ କରି ୭୫ ଟଙ୍କା ଦାମରେ ବିଭିନ୍ନ କରୋନା ଔଷଧ ମିଳୁଛି। ପ୍ରଥମେ ମେଟ୍ରୋ ସହରରେ ଏହି ସୁବିଧା ମିଳିବ ବୋଲି କୁହାଯାଉଛି। ପରବର୍ତ୍ତୀ ସମୟରେ ଅନ୍ୟ ସହରରେ କରୋନା ଔଷଧ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯିବ।

Share