Categories: ଫୁରସତ

ମାଗଣାରେ ଫ୍ଲୋରିଡା ଯାତ୍ରା

ୱାଶିଂଟନ୍‌: ଅନେକ ଲୋକ ବୁଲିବାକୁ ବହୁତ ପସନ୍ଦ କରନ୍ତି। ହେଲେ ସେଥିରେ ବାଧା ସାଜିଥାଏ ଟଙ୍କା। ହେଲେ ନିକଟରେ ଇଗନାଇଟ୍‌ ଡେଟିଂ ନାମକ ଏକ କମ୍ପାନୀ ମାଗଣାରେ ଫ୍ଲୋରିଡାରେ ଛୁଟି କାଟିବାକୁ ଅଫର ଦେଇଛି। ଏହି ଟ୍ରିପ୍‌ରେ ଆରାମଦାୟକ ହୋଟେଲରେ ରହିବାକୁ ସୁଯୋଗ ମିଳିବ। ଏହି କମ୍ପାନୀ ବ୍ୟକ୍ତିଙ୍କ ସମସ୍ତ ଖାଦ୍ୟ ଏବଂ ଭ୍ରମଣର ଖର୍ଚ୍ଚ ଉଠାଇବ। କେବଳ ବ୍ୟକ୍ତି ଜଣଙ୍କୁ ବିମାନ ବନ୍ଦର ପର୍ଯ୍ୟନ୍ତ ଆସିବାକୁ ପଡ଼ିବ। ଏହି ସମୟରେ ଓରଲାଣ୍ଡେ, ସେଣ୍ଟ୍ରାଲ ଫ୍ଲୋରିଡା ଏବଂ ଆନା ମାରିଆ ଦ୍ୱୀପ ବୁଲିବାକୁ ସୁଯୋଗ ମିଳିବ। ଏଥିସହ ଆଲିଗେଟର ଜିପ ଲାଇନର ମଧ୍ୟ ମଜା ଉଠାଇପାରିବ। ଏହାର ସୁଯୋଗ କେବଳ ୨୫ରୁ ୬୦ ବର୍ଷୀୟ ବ୍ୟକ୍ତି ହିଁ ଉଠାଇପାରିବେ। କମ୍ପାନୀ ଏଥିପାଇଁ ୨୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବ ବୋଲି ଜଣାପଡ଼ିଛି।

Share