Categories: ଜାତୀୟ

‘ଦୟାକରି ମୋତେ ଏଭଳି ନିଷ୍ଠୁର ମନ୍ତ୍ରୀ ପଦରୁ ମୁକ୍ତ କରନ୍ତୁ’

ଜୟପୁର,୨୭।୫: ରାଜସ୍ଥାନର ଅଶୋକ ଗେହଲୋଟ ସରକାରରେ ସବୁକିଛି ଠିକ ଚାଲିନାହିଁ। ଏବେ ଜଣେ ମନ୍ତ୍ରୀ ନିଜ ସରକାର ବିରୋଧରେ ଏକ ମୋର୍ଚ୍ଚା ଖୋଲୁଛନ୍ତି। ରାଜସ୍ଥାନ କ୍ରୀଡ଼ା ମନ୍ତ୍ରୀ ଅଶୋକ ଚନ୍ଦନା ମୁଖ୍ୟମନ୍ତ୍ରୀଙ୍କ ବରିଷ୍ଠ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ମନ୍ତ୍ରୀ ପଦରୁ ମୁକ୍ତ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କୁ ଟୁଇଟ କରି ଅଶୋକ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ, ଏହି ନିଷ୍ଠୁର ମନ୍ତ୍ରୀ ପଦରୁ ମୋତେ ମୁକ୍ତ କରନ୍ତୁ ଏବଂ ମୋର ସମସ୍ତ ବିଭାଗର ଦାୟିତ୍ୱ କୁଲଦୀପ ରାଙ୍କା ଜୀଙ୍କୁ ଦେବାକୁ ମୋର ବ୍ୟକ୍ତିଗତ ଅନୁରୋଧ। କାରଣ ସେ ସମସ୍ତ ବିଭାଗ ମନ୍ତ୍ରୀ ଅଟନ୍ତି। ଧନ୍ୟବାଦ୍‌।

ସୂଚନାଯୋଗ୍ୟ,କୁଲଦୀପ ରାଙ୍କା ଏବେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସଚିବ ଅଛନ୍ତି। କ୍ରୀଡ଼ା ମନ୍ତ୍ରୀଙ୍କ ଏଭଳି ଟୁଇଟ୍‌ ପରେ ଭାଜପା ରାଜ୍ୟ ସଭାପତି ସତୀଶ ପୁନିଆ ଟୁଇଟରରେ ଉତ୍ତର ଦେଇ ଲେଖିଛନ୍ତି, ଜାହାଜଟି ବୁଡ଼ି ଯାଉଛି। ୨୦୨୩ ପାଇଁ ଟ୍ରେଣ୍ଡ ଆସିବା ଆରମ୍ଭ କରିଛି। ଏହା ଅଶୋକ ଗେହଲୋଟ ସରକାରଙ୍କ ଶାସନ ଏବଂ ପାର୍ଟି ହାଇ କମାଣ୍ଡର ଦୁର୍ବଳତାର ଏକ ଉଦାହରଣ। ଏହା ସରକାରଙ୍କ ଉପରେ ଅମଲାତନ୍ତ୍ରର ପ୍ରଭାବକୁ ମଧ୍ୟ ଦର୍ଶାଉଛି।

Share