ମାଗଣାରେ କମ୍ପ୍ୟୁଟର ପଢ଼ିବେ ଛାତ୍ରୀଛାତ୍ର, ବିଧାୟକ କହିଲେ ଚଳିତ ବଜେଟ୍‌ରେ…

ଭଞ୍ଜନଗର,୨ା୩(ବାବୁଲା ପ୍ରଧାନ): ଭଞ୍ଜନଗର ମେଡିକାଲ ସମ୍ମୁଖରେ ରବିବାର ନେକ୍ସଟ ଜେନ୍‌ କମ୍ପ୍ୟୁଟର ଏକାଡେମୀ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଚଳିତ ବଜେଟ୍‌ରେ ସବୁ ବର୍ଗର ଉନ୍ନତି ପାଇଁ ବ୍ୟବସ୍ଥା ହୋଇଛି। ଗରିବ ଛାତ୍ରୀଛାତ୍ର ମାଗଣାରେ ବିଭିନ୍ନ ତାଲିମ ପାଉଛନ୍ତି। ସାଧାରଣ ବର୍ଗର ଛାତ୍ରୀମାନେ ମଧ୍ୟ କିଭଳି ଏହି ଅନୁଷ୍ଠାନରେ ସରକାରୀ ଯୋଜନାରେ ମାଗଣାରେ ପାଠ ପଢ଼ିପାରିବେ ସେଥିପାଇଁ ପଦକ୍ଷେପ ନିଆଯିବ। ଭଞ୍ଜନଗର ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବିଧାୟକ ନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ରୋଟାରୀ କ୍ଲବ ସଭାପତି ରଞ୍ଜିତ ବାରିକ, ବିପଦର ବନ୍ଧୁ ଉପଦେଷ୍ଟା କେ.ଶଙ୍କର ନାରାୟଣ ପାତ୍ର, ବିପଦର ବନ୍ଧୁ ଓଡ଼ିଶା ପ୍ରତିଷ୍ଠାତା ଜି. ଶିବରାମ ପାତ୍ର, ଜେଆଇଟିଏମ୍‌ଏସ୍‌ର ନିର୍ଦ୍ଦେଶକ ସହଦେବ ପ୍ରଧାନ, ଓ କେସିଏଲ ନିର୍ଦ୍ଦେଶକ
ଶ୍ରୀକାନ୍ତ ମହାନ୍ତି, ନେକ୍ସଟ ଜେନ କର୍ମକର୍ତ୍ତା ଆଲୋକ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ନେକ୍ସଟ ଜେନ୍‌ କର୍ମକର୍ତ୍ତା ପ୍ରଶାନ୍ତ ରାଉତ ସଭାରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପ୍ରମୂଖ ସହଯୋଗ କରିଥିଲେ। ବିପଦର ବନ୍ଧୁ କର୍ମକର୍ତ୍ତା ଅରକ୍ଷିତ ପରିଚ୍ଛା ସଭାକୁ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଚିନ୍ତା ବଢ଼ାଇଲାଣି ଚକଡ଼ା ରୋଗ: ଧାନ ଫସଲରେ ବ୍ୟାପିବା ଆରମ୍ଭ

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ)- ରାଜ୍ୟର ବରଗଡ଼ ଜିଲାରେ ଅଧିକ ଧାନଚାଷ ହୋଇଥାଏ। କିନ୍ତୁ ଏଠାରେ ଚାଷକୁ ନେଇ ଚାଷୀମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧାନଚାଷ କରି...

୧୪ ବର୍ଷ ପରେ ସ୍ବାମୀଙ୍କୁ ପାଇଲେ ବିଧବା ଭତ୍ତା ପାଉଥିବା ସ୍ତ୍ରୀ: ଗୋଆରେ ମାଛ ଧରିବା…

ବଡ଼ଗାଁ,୧୮ା୪(ଅଶୋକ ଷଡ଼ଙ୍ଗୀ): ଓଡ଼ିଆ କହିବା ଭୁଲି ଗଲେଣି। ଏଠି ସବୁକିଛି ଅଜଣା ଅଚିହ୍ନା ଭଳି ଲାଗୁଛି। ୧୪ ବର୍ଷ ପରେ ଗାଁ ମାଟିରେ ପାଦ ପଡ଼ିଲାପରେ...

ଶିକ୍ଷକତାରୁ ସଫଳ ଆମ୍ବ ଚାଷୀ :ବାର୍ଷିକ ରୋଜଗାର ୫ରୁ ୬ ଲକ୍ଷ

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ):  ବୃତ୍ତି ଶିକ୍ଷକତା ହେଲେ ନିଶା ଥିଲା ବିଭିନ୍ନ ପ୍ରକାର ଚାଷ। ଶିକ୍ଷକତାରୁ ସେ ପାଲଟିଛନ୍ତି ଜଣେ ସଫଳ ଆମ୍ବଚାଷୀ। ସେ ହେଲେ...

ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଉଦ୍‌ଯାପିତ: ଏବେଠୁ ଲଢ଼େଇ ଆରମ୍ଭ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭିଷ୍ମଗିରୀ ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଯୁକ୍ତ ୩ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ...

କାଳବୈଶାଖୀରେ ଉଜାଡ଼ି ଦେଲା ସବୁକିଛି, ମୁଣ୍ଡ ଉପରୁ ଛାତ ହରାଇ ଭାଙ୍ଗିପଡ଼ିଛନ୍ତି ୨ ପରିବାର

ଆନନ୍ଦପୁର,୧୮।୪(ସୁଶାନ୍ତ କୁମାର ସାହୁ ): ଅଦିନରେ ବର୍ଷା, ପବନ, ଘଡ଼ଘଡ଼ି। କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏଥିରେ...

କାଳବୈଶାଖୀ ଅଘଟଣ: କାଖରେ ପଶି କାନ୍ଧପଟେ ବାହାରିଲା ଗ୍ରୀଲକଣ୍ଟା

ଭୁବନେଶ୍ୱର,୧୮।୪(ବ୍ୟୁରୋ): କାଳବୈଶାଖୀ ବେଳେ ନାବାଳକଙ୍କ ଶରୀରରେ ପଶିଗଲା ଗ୍ରୀଲ। ଶୁକ୍ରବାର ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ନୟାପଲ୍ଲୀ ଆଇଆରସି ଭିଲେଜରେ। ନାବାଳକ ଜଣଙ୍କ ହେଲେ...

ପୁଣି ଦାରିଙ୍ଗବାଡ଼ି-ଫୁଲବାଣୀକୁ ଚଳାଚଳ କରିବ ଲକ୍ଷ୍ମୀ ବସ୍‌, ଜିଲା ପ୍ରଶାସନକୁ ଚିଠି ଲେଖିଲେ ବିଡିଓ

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ିଠାରୁ ଫୁଲବାଣୀକୁ ପୁଣି ଥରେ ଶୀତ ତାପ ନିୟନ୍ତ୍ରଣ ଲକ୍ଷ୍ମୀବସ୍‌ ଚଳାଚଳ କରିବାକୁ ବାଟ ଖୋଲିଲା। ସ୍ଥାନୀୟ ବିଡିଓ ପ୍ରୀତିରଞ୍ଜନ ରଥ ଏନେଇ...

ବଜ୍ରପାତ ନେଲା ଜଣଙ୍କ ଜୀବନ

ବାଲେଶ୍ୱର,୧୮ା୪: ବାଲେଶ୍ୱର ଜିଲା ରେମୁଣା ଜଗନ୍ନାଥପୁର ଗାଁରେ ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଫକୀରମୋହନ ଗୋଲେଇରେ ଏକ ବିରାଟ କଦମ୍ବ ଗଛ ଭାଙ୍ଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image