ନୂଆଦିଲ୍ଲୀ, ୨୮।୯ : ମାଗଣା ରାଶନ ଯୋଜନା ପୁଣି ୩ ମାସ ବଢ଼ିଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଟିତ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ ହୋଇଛି। କରୋନା ମହାମାରୀ ସଙ୍କଟ ସମୟରୁ ଜାରି ରହିଥିବା ଏହି ଯୋଜନା ସେପ୍ଟେମ୍ବରରେ ଶେଷ ହେଉଥିଲା। ତେବେ ସରକାର ଏହାକୁ ପୁଣି ବଢ଼ାଇଛନ୍ତି।
ଦେଶରେ ଗରିବଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। ଏହା ଅନ୍ତର୍ଗତ ସରକାର ଦୀପାବଳି ପରେ ଡିସେମ୍ବର ପର୍ଯ୍ୟନ୍ତ ମଧ୍ୟ ଲୋକଙ୍କୁ ମାଗଣାରେ ରାଶନ ଯୋଗାଇ ଦେବେ।
ଏହି ଯୋଜନା ଦ୍ୱାରା ବାର୍ଷିକ ସରକାରଙ୍କ ଉପରେ ୪୫ ହଜାର କୋଟି ଟଙ୍କାରୁ ଅଧିକ ବୋଝ ପଡୁଛି। ଏହା ଦ୍ୱାରା ଦେଶର ୮୦ କୋଟିରୁ ଅଧିକ ଲୋକ ଉପକୃତ ହେଉଛନ୍ତି।