ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏସ୍)ଅନ୍ତର୍ଗତ ହିତାଧିକାରୀମାନଙ୍କୁ ଆଉ ୪ ମାସ ଲାଗି ମାଗଣାରେ ଅଧିକ ୫ କିଲୋ ଚାଉଳ ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଏହି ଘୋଷଣା କରିଛନ୍ତି। ରାଶନ କାର୍ଡ ହିତାଧିକାରୀମାନଙ୍କୁ ୨୦୨୧ ଡିସେମ୍ବରରୁ ୨୦୨୨ ମାର୍ଚ୍ଚ ଯାଏ ଏହି ମାଗଣା ଚାଉଳ ମିଳିବ। ରାଜ୍ୟରେ କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ରାଜ୍ୟର ୨ ଲକ୍ଷ ୮୮ ହଜାର ୫୨୮ ପରିବାରର ୯ ଲକ୍ଷ ୧୫ ହଜାର ୫୩୨ ହିତାଧିକାରୀ ଉପକୃତ ହେବେ। ଏଥିପାଇଁ ମାସକୁ ୪,୫୭୮ ଟନ ହିସାବରେ ୪ ମାସ ଲାଗି ୧୮,୩୧୦.୬୪୦ ଟନ ଅତିରିକ୍ତ ଚାଉଳ ରାଜ୍ୟ କୋଟାରୁ ଯୋଗାଇ ଦିଆଯିବ। ଏବାବଦରେ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଅତିରିକ୍ତ ୬୮,୧୩ କୋଟି ଟଙ୍କା ଖର୍ଚ୍ଚ କରିବେ।