ଭୁବନେଶ୍ୱର,୩।୧(ବ୍ୟୁରୋ): ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ବର୍ଷେ ମିଳିବ ମାଗଣା ଚାଉଳ। ଜାନୁୟାରୀରୁ ଡିସେମ୍ବର ପର୍ଯ୍ୟନ୍ତ ଏହି ମାଗଣା ଚାଉଳ ମିଳିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଘୋଷଣା କରିଛନ୍ତି। ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମିଳିବ। ସେଥିପାଇଁ ୧୮୫ କୋଟି ଖର୍ଚ୍ଚ ହେବ ବୋଲି ଜଣାପଡିଛି।