ମୁକ୍ତ ବାଣିଜ୍ୟ ଆଲୋଚନା ଆଗେଇବ: ମୋଦି-ସୁନକ ଦେବେ ଚୂଡ଼ାନ୍ତ ରୂପ…

ନୂଆଦିଲ୍ଲୀ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ବ୍ରିଟିଶ ପ୍ରତିପକ୍ଷ ଋଷି ସୁନକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ) ଆଲୋଚନାକୁ ସମୀକ୍ଷା କରିଛନ୍ତି।
ଏହି ଆଲୋଚନାକୁ ତ୍ୱରାନୱିତ କରିବାକୁ ଏବଂ ଜାପାନରେ ଆଲୋଚନା ସମୟରେ ଏକ ଉଚ୍ଚାଭିଳାଷୀ ଏବଂ ପାରସ୍ପରିକ ଲାଭଦାୟକ ଏଫଟିଏ ଚୂଡ଼ାନ୍ତ କରିବାକୁ ଦୁଇ ନେତା ସହମତ ହୋଇଥିଲେ। ଗତ ବର୍ଷ ନଭେମ୍ବରରେ ଇଣ୍ଡୋନେସିଆରେ ଜି -୨୦ ଶିଖର ସମ୍ମିଳନୀ ପରେ ଏହା ଦୁଇ ନେତାଙ୍କ ଦ୍ୱିତୀୟ ବ୍ୟକ୍ତିଗତ ବୈଠକ ଥିଲା। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଡାଉନିଙ୍ଗ ଷ୍ଟ୍ରିଟ ମଧ୍ୟ ସୂଚାଇ ଦେଇଛି ପ୍ରଧାନମନ୍ତ୍ରୀ ଭାବରେ ଭାରତ ଗସ୍ତରେ ସୁନକ ଚଳିତ ବର୍ଷ ଶେଷରେ ଦିଲ୍ଲୀ ଗସ୍ତ କରିପାରନ୍ତି। ସେ ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବେ। ଡାଉନିଂ ଷ୍ଟ୍ରିଟ ମୁଖପାତ୍ର କହିଛନ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବଂ ମୁକ୍ତ ବାଣିଜ୍ୟର ଗୁରୁତ୍ୱ ଉପରେ ନେତାମାନେ ସକାରାତ୍ମକ ମତାମତ ପୋଷଣ କରିଛନ୍ତି।

Share