ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ରାଜ୍ୟର କରୋନା ଯୋଦ୍ଧାଙ୍କୁ ମାଗଣାରେ କରୋନା ଟୀକା ଦିଆଯିବ। ଏନେଇ ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଦେଶରେ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଜାନୁଆରୀ ଭିତରେ ଟିକାକରଣ ଆରମ୍ଭ ହେବା ଆଶା ରହିଛି। ରାଜ୍ୟରେ ୩ଟି ପର୍ଯ୍ୟାୟଭୁକ୍ତ ବ୍ୟକ୍ତିବିଶେଷଙ୍କୁ ମାଗଣାରେ ଟିକା ମିଳିବ। ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଆଦି ଯୋଦ୍ଧାଙ୍କୁ ମାଗଣାରେ ଟୀକା ଦିଆଯିବ। ସେହିଭଳି ପୌର, ପାନୀୟ ଜଳ ଯୋଗାଣ କର୍ମଚାରୀଙ୍କୁ ଟୀକା ମାଗଣାରେ ମିଳିବ। ଏହାଛଡ଼ା ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ମାଗଣାରେ ଟୀକା ଦିଆଯିବ ବୋଲି ସେ କହିଛନ୍ତି।