ଭୁବନେଶ୍ୱର,୧ା୧୦(ବ୍ୟୁରୋ): ଡେଡ୍ଲାଇନ୍ ସରିଥିଲେ ବି ମାଗଣା ଟିକା ଦିଆଯିବ। ଜୁଲାଇ ୧୫ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିଲେ ବି ବୁଷ୍ଟର ଟିକାକରଣ ଆଗକୁ ଚାଲିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଆଗାମୀ ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ ଏହି ମାଗଣା ବୁଷ୍ଟର ଡୋଜ୍ ଦିଆଯିବ । ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ଭିତରେ ୧ କୋଟି ୨୧ ଲକ୍ଷ ୫୦ ହଜାର ବୁଷ୍ଟର ଡୋଜ୍ ଟିକାକରଣ ସରିଛି। ଟିକାକରଣ ପାଇଁ ଯେତିକି ଲୋକସଂଖ୍ୟା ଧାର୍ଯ୍ୟ କରାଯାଇଥିଲା, ତା’ର ୩୮% ଲୋକଙ୍କୁ ଟିକାକରଣ ସରିଛି। ମହଜୁଦ ରହିଥିବା ୩.୫ ଲକ୍ଷ ଟିକା ସରିବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ଯାହା ନିର୍ଦ୍ଦେଶ ଆସିବ ତାକୁ କାର୍ଯ୍ୟକାରୀ କରାଯିବ ।