ଭୁବନେଶ୍ୱର,୨୫ା୪: ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସନ୍ଧ୍ୟାରେ ଏକ ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମେ’ ୧ ତାରିଖରେ ସାରା ଦେଶରେ ୧୮ରୁ ୪୪ ବର୍ଷ ବୟସର ସମସ୍ତ ନାଗରିକଙ୍କୁ କରୋନା ଟିକା ଦିଆଯିବ। ରାଜ୍ୟରେ ମଧ୍ୟ ଏହି ଟିକାକରଣ ଅଭିଯାନ ଚାଲିବ। ଏହି ଟିକା ମାଗଣାରେ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଏନେଇ ୨କୋଟିରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହେବେ। ଏଥିଲାଗି ରାଜକୋଷରୁ ୨ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।